www.samajalive.in
Saturday, December 13, 2025
14.1 C
Bhubaneswar

୧୨୮ ମଣ୍ଡି ଲାଗି ବୁଝାମଣା ଶେଷ

ଭୁବନେଶ୍ୱର : ରାଜ୍ୟରେ ଚାଷ ଓ ଚାଷୀ ସମସ୍ୟାକୁ ନେଇ ସବୁବେଳେ ରାଜନୀତି ଗରମ। କେତେବେଳେ ବିରୋଧୀ ବିଧାନସଭାରେ ସରକାରଙ୍କୁ ଘେରୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ ଚାଷୀ ଧାନ ଥୋଇ ଆନ୍ଦୋଳନ କରୁଛନ୍ତି। ବର୍ଷକୁ ରାଜ୍ୟରେ ୭୫ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ସରକାରଙ୍କ ପାଖରେ ମାତ୍ର ୩.୭୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂରକ୍ଷଣ ଲାଗି ମଣ୍ଡି ରହିଛି। ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଲର୍ସଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ଏନେଇ ବିଧାନସଭା ସ୍ଥାୟୀ କମିଟି ପକ୍ଷରୁ ମଧ୍ୟ ସରକାରଙ୍କୁ ବାରମ୍ବାର ତାଗିଦା କରାଯାଉଛି। ଏହି ସମସ୍ୟାର ସମାଧାନ ଲାଗି ସମବାୟ ବିଭାଗ ପକ୍ଷରୁ ନିକଟରେ ୧୨୮ଟି ମଣ୍ଡି ଲାଗି ୪ଟି ପ୍ରାଥମିକ କୃଷି ସମବାୟ ସମିତି ସହିତ ବୁଝାମଣା ହୋଇସାରିଛି। ଆଉ ୫୨ଟି ଅତ୍ୟାଧୁନିକ ମଣ୍ଡି ବୁଝାମଣା ଲାଗି ପ୍ରକ୍ରିୟା ଚୂଡାନ୍ତ ହୋଇଥିବା ସମବାୟ ବିଭାଗ ପକ୍ଷରୁ ଜଣାଯାଇଛି। ଏନେଇ ସମବାୟ ବିଭାଗ ସଚିବ ସଞ୍ଜୀବ ଚଢ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ସୂଚନା ଅନୁଯାୟୀ ୧୨୮ଟି ବହୁମୁଖୀ ମଣ୍ଡି ଲାଗି ୪ଟି ପାକ୍ସ ସହିତ ବୁଝାମଣା ଲାଗି ନିଷ୍ପତ୍ତି ହୋଇଥିଲା। ହେଲେ କେତେକ ଆର୍ଥିକ ସମସ୍ୟା ଥିବା ଯୋଗୁଁ ବିଳମ୍ବ ହେଉଥିଲା। ଏବେ ସଂପୃକ୍ତ ମଣ୍ଡି ବୁଝାମଣା ସହିତ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ୫୨ ଅତ୍ୟାଧୁନିକ ମଣ୍ଡି ପାଇଁ ଜିଲାପାଳଙ୍କ ସହାୟତା ନିଆଯାଇଛି। ଜିଲାପାଳମାନେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ ମଣ୍ଡିରେ କମ୍ପ୍ୟୁଟର ବ୍ୟବସ୍ଥା ରହିବା ସହିତ ଚାଷୀମାନଙ୍କ ରହିବା ଲାଗି ସ୍ବତନ୍ତ୍ର ରହଣିସ୍ଥଳ, ଧାନମାପିବା ଯନ୍ତ୍ର, ପାନୀୟଜଳର ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟ ସୁବିଧାସୁଯୋଗ ରହିବ। ଏହାସହିତ ଚାଷୀଙ୍କୁ ଋଣ ପ୍ରଦାନ ଓ ସାର ଯୋଗାଣ ଆଦି କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ସଚିବ ଶ୍ରୀ ଚଢ଼ା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories