www.samajalive.in
Saturday, December 13, 2025
17.1 C
Bhubaneswar

ନବ ଦିଗନ୍ତର ୨.୧୬ କୋଟି ସମ୍ପତ୍ତି ଜବତ

ଭୁବନେଶ୍ବର : ଚିଟଫଣ୍ଡ ସଂସ୍ଥା ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼ର ଦୁଇ କୋଟି ୧୬ ଲକ୍ଷ ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ଜବତ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ବିଏମଏଲଏ) ଆଧାରରେ ତଦନ୍ତକାରୀ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନବ ଦିଗନ୍ତ ଏବଂ ଏହା ସହ ସମ୍ପୃକ୍ତ କମ୍ପାନୀଗୁଡ଼ିକର ନିର୍ଦେଶକ ଅଞ୍ଜନ କୁମାର ବଳିଆରସିଂହ, ପ୍ରଦୀପ କୁମାର ପଟ୍ଟନାୟକ, କାର୍ତ୍ତିକେୟ ପରିଡ଼ା ଥିଲେ। ପୂର୍ବରୁ ଏହି ଠକେଇ ମାମଲାରେ ନିର୍ଦେଶକ ଥିବା କିଛି ପୂର୍ବତନ ବିଧାୟକ, ସାଂସଦଙ୍କୁ ସିବିଆଇ ଗିରଫ କରିଥିଲା। ଜବତ ସମ୍ପତ୍ତି ମଧ୍ୟରେ ୧୬ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ ବାଲାନ୍ସ, ଯାହାକି ଆଇଡିବିଆଇ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ୪୮ଟିି ଆକାଉଣ୍ଟରେ ରହିଥିଲା। ପୁରୀ ଜିଲା ନରେନ୍ଦ୍ରପୁର ମଉଜା ଓ ଖୋର୍ଦ୍ଧା ଜିଲା କାଇପଦର ମୌଜାରେ ଥିବା ୨ କୋଟି ଟଙ୍କା ମୂଲ୍ୟର ଦୁଇଟି ଜମି ରହିଛି।
ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଦୁଇଟି ଅଭିଯୋଗ ଫର୍ଦ (ଚାର୍ଜସିଟ) ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା। ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼ ଶତାଧିକ ଲୋକଙ୍କୁ ଅଧିକ ଲାଭ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ଥିବା ତଦନ୍ତରୁ ଇଡି ଜାଣିବାକୁ ପାଇଥିଲା। ଆରବିଆଇ କିମ୍ବା ସେବିଠାରୁ ସଂସ୍ଥା ଅନୁମତି ନନେଇ ଟଙ୍କା ରସିଦ ଏବଂ ପ୍ରମାଣପତ୍ର ପ୍ରଦାନ କରି ଟଙ୍କା ସଂଗ୍ରହ କରିଥିଲା। ପରେ ଏହି ଜମା ଅର୍ଥକୁ ନବ ଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ଼, ନବ ଦିଗନ୍ତ ପ୍ରୋଜେକ୍ଟ ଲିମିଟେଡ଼ ଏବଂ ନବ ଦିଗନ୍ତ ପ୍ରପର୍ଟିଜ୍ ଲିମିଟେଡ଼କୁ ଟ୍ରାନ୍ସଫର କରି ଠକିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories