ନୂଆଦିଲ୍ଲୀ : ମୋଟରୋଲା ନିକଟରେ ହିଁ ଲଞ୍ଚ କରିଥିବା ଜି୯୬ ୫ଜି (G96 5G) ସ୍ମାର୍ଟଫୋନ୍ର ଦାମ୍ କମ୍ କରିଛି । ଏହି ଫୋନ୍ ଗତ ମାସରେ ୮ଜିବି ର୍ୟାମ୍ ଓ ୨୫୬ ଜିବି ଷ୍ଟୋରେଜ ସହ ଲଞ୍ଚ ହୋଇଥିଲା। ଫୋନ୍ରେ ୫,୫୦୦ ଏମଏଏଚର ଦମ୍ଦାର୍ ବ୍ୟାଟେରୀ ଓ ୩୨ ଏମପି ସେଲଫି କ୍ୟାମେରା ଭଳି ଫିଚର ଏଥିରେ ଦିଆଯାଇଛି। ମୋଟରୋଲା ନିଜର ଏହି ଫୋନ୍କୁ ଜି ସିରିଜ୍ରେ ଲଞ୍ଚ କରିଥିଲା। ଫୋନ୍ର ହାର୍ଡୱେୟର ଠାରୁ ଆରମ୍ଭ କରି କ୍ୟାମେରାରେ ମଧ୍ୟ ଅପଗ୍ରେଡ୍ କରାଯାଇଛି। ଫ୍ଲିପକାର୍ଟରେ ଏହି ଫୋନ୍ ୩,୦୦୦ ଟଙ୍କା ଶସ୍ତା ହୋଇ ତାଲିକାରେ ରହିଛି। ଏହାସହ ଏହି ଫୋନ୍ କିଣିବା ବେଳେ ଅନ୍ୟାନ୍ୟ ବ୍ୟାଙ୍କ ଅଫର୍ ମଧ୍ୟ ମିଳୁଛି ।
ଏହି ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ – ୮ଜିବି ର୍ୟାମ୍+ ୧୨୮ ଜିବି ଏବଂ ୮ ଜିବି ର୍ୟାମ୍ + ୨୫୬ ଜିବି। ଏହାର ପ୍ରାରମ୍ଭିକ ମୂଲ୍ୟ ୨୦,୯୯୯ ଟଙ୍କା। ଏହାର ଟପ୍ ଭାରିଆଣ୍ଟ ୨୨,୯୯୯ ଟଙ୍କାରେ ଉପଲବ୍ଧ।ଏହାକୁ Ashleigh Blue, Dresden Blue, Orchid ଏବଂ Green ରଙ୍ଗ ବିକଳ୍ପରେ ଉପଲବ୍ଧ । ଫ୍ଲିପକାର୍ଟରେ ଏହି ଫୋନ୍ ୩୦୦୦ ଟଙ୍କା ଶସ୍ତାରେ ତାଲିକାଭୁକ୍ତ ହୋଇଛି ଅର୍ଥାତ୍ ୧୭,୯୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ। ଏହା ବ୍ୟତୀତ, ଫୋନ୍ କ୍ରୟ ଉପରେ ୫% କ୍ୟାସବ୍ୟାକ୍ ଦିଆଯାଉଛି।
ଏହି ଫୋନଟି ୬.୬୭ ଇଞ୍ଚ ଏଫଏଚଡି + ୧୦-ବିଟ୍ ୩ଡି କର୍ଭଡ୍ ଡିସପ୍ଲେ ସହିତ ଆସିଥାଏ। ଫୋନର ଡିସପ୍ଲେ ୧୪୪ଏଚଜେଡ୍ ରିଫ୍ରେଶ୍ ଫିଚର ଏବଂ ୧୬୦୦ ନିଟ୍ସର ସର୍ବାଧିକ ଉଜ୍ଜ୍ୱଳତାକୁ ସମର୍ଥନ କରେ। ଏହା ବ୍ୟତୀତ, ଏଥିରେ ୱାଟର ଟଚ୍ ସପୋର୍ଟ ଏବଂ କର୍ଣ୍ଣିଂ ଗରିଲା ଗ୍ଲାସ୍ ସୁରକ୍ଷା ରହିଛି।
Moto G96 5Gରେ Qualcomm Snapdragon 7s Gen 2 ପ୍ରୋସେସର୍ ଅଛି, ଯାହା ସହିତ ୮ ଜିବି ର୍ୟାମ୍ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଷ୍ଟୋରେଜ୍ ପାଇଁ ସମର୍ଥନ ଦିଆଯାଇଛି। ଏହା Android 15 ଉପରେ ଆଧାରିତ ହେଲୋ ୟୁଆଇରେ କାମ କରେ। କମ୍ପାନୀ ଏହି ଫୋନ ସହିତ ୩ ବର୍ଷ ପାଇଁ ସୁରକ୍ଷା ଅପଡେଟ୍ ପ୍ରଦାନ କରୁଛି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..
୩୦ ଅଗଷ୍ଟରେ ବୁଦ୍ଧାଦିତ୍ୟ ରାଜଯୋଗ ; ଏହି ରାଶିଙ୍କୁ ବ୍ୟବସାୟରେ ମିଳିବ ବଡ ଲାଭ, ଖାଲି ମିଳିବ ସଫଳତା..
ଦେଶର ସବୁଠାରୁ ଧନୀ ଗଣେଶ : କେଜି କେଜି ସୁନା, ରୁପାରେ ହୁଏ ପ୍ରଭୁଙ୍କ ସାଜସଜ୍ଜା..



