www.samajalive.in
Friday, December 12, 2025
16.1 C
Bhubaneswar

୪୮ମେଗାପିକ୍ସେଲ କ୍ୟାମେରା ଥିବା ‘ମୋଟୋ ଜେଡ଼-୪’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ବହୁଦିନର ବ୍ୟବଧାନ ପରେ ମେଟୋରୋଲା ତାର ନୂଆ ସ୍କାର୍ଟଫୋନ ମୋଟୋ ଜେଡ଼୍-୪ର ବଜାର ପ୍ରବେଶ କରିଛି। ଏହି ଫୋନକୁ ଆମେରିକା ଏବଂ କାନାଡ଼ାରେ ଲଞ୍ଚ କରାଯାଇଛି। ଖବରଅନୁସାରେ, ଖୁବ୍ ଶିଘ୍ର ଏହି ଫୋନକୁ ଭାରତରେ ଲଞ୍ଚ କରାଯିବ। ମୋଟୋ ଜେଡ଼ ଫୋନର ବିଶେଷତ୍ବ ବିଷୟରେ କହିଲେ ଏଥିରେ ୪୮ମେଗାପିକ୍ସେଲର କ୍ୟାମେରା ରହିଛି। ଯେଉଁଥିରେ ସୋନିର ଆଇଏମଏକ୍ସ-୫୮୬ ସେନସର ବ୍ୟବହାର କରାଯାଇଛି। ଏହାବ୍ୟତୀତ ଫୋନରେ ମୋଟୋ ମୋଡ଼ର ମଧ୍ୟ ସପୋର୍ଟ ଦିଆଯାଇଛି। ମୋଟୋ ଜେଡ଼୍-୪ର ମୂଲ୍ୟ ୩୪ହଜାର ୯୦୦ଟଙ୍କା। ଏହି ମୂଲ୍ୟରେ ଆପଣଙ୍କୁ ୪ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ମିଳିବ। ଏହାର ପ୍ରି-ବୁକିଙ୍ଗ ଆରମ୍ଭ ହୋଇସାରିଛି। ଆମେରିକାରେ ଏହି ଫୋନର ବିକ୍ରି ଜୁନ ୬ରୁ ହେବ।

pic courtesy-ndtv gadgets

ମୋଟୋ ଜେଡ଼୍-୪ରେ ଆଣ୍ଡ୍ରଏଡ ପାଇ ୯.୦ଦିଆଯାଇଛି। ଏହାବ୍ୟତୀତ ଏହି ଫୋନକୁ ସିଙ୍ଗଲ ସିମ ସପୋର୍ଟ ସହିତ ଲଞ୍ଚ କରାଯାଇଛି। ମାତ୍ର ଖବର ଅନୁସାରେ, ଏହି ଫୋନକୁ ଭାରତରେ ଡୁଆଲ ସିମ ସହିତ ଲଞ୍ଚ କରାଯିବ। ଏଥିରେ ୬.୪୦ଇଞ୍ଚର ଏଚଡି ପ୍ଲସ ଡ଼ିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯ରହିଛି। ମୋଟୋ ଜେଡ଼୍-୪ରେ କ୍ବାଲାକମର ସ୍ନାପଡ଼୍ରାଗନ ୬୭୫ପ୍ରୋସେସର, ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ଼ ସାହାର୍ୟ୍ୟରେ ୨ଟିବି ପର୍ୟ୍ୟନ୍ତ ବଢାଇ ପାରିବେ।
ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ସିଙ୍ଗଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରେ ୪୮ମେଗାପିକ୍ସେଲର ଲେନ୍ସ ରହିଛି। ଯାହାର ଅଫର୍ଚର ଏଫ୍/୧.୭ରହିଛି। କ୍ୟାମେରା ସହିତ ଆପଣ ଡୁଆଲ ଟୋନ ଏଲଇଡି ଫ୍ଲାସଲାଇଟ ପାଇପାରିବେ। ଏହି ଫୋରନରେ ୨୫ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ଯାହାର ଅଫର୍ଚର ଏଫ୍/୨.୦ ରହିଛି।

- Advertisement -
pic courtesy-mobilesyrup

ମୋଟୋ ଜେଡ଼୍-୪ରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦ ଏବଂ ୟୁଏସବି ଟାଇପ-ସି ଜାର୍ଜିଙ୍ଗ ରହିଛି। ଫୋନରେ ଇନଡ଼ିସପ୍ଲେ ଟିପଚିହ୍ନ ସେନସର ପାଇପାରିବେ। ଏଥିରେ ୩୬୦୦ଏମ୍ଏଚ୍ ବ୍ୟାଟେରୀ ରହିଛି। ଫୋନ ସହିତ ୧୫ୱାଟର ଚାର୍ଜର ମାଗଣାରେ ପାଇପାରିବେ। ଏହାର ବ୍ୟାଟେରୀ ଫାଷ୍ଟ ଜାର୍ଜିଙ୍ଗକୁ ସପୋର୍ଟ କରିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories