ବଜାରକୁ ଆସିଲା ନୂଆ ଫ୍ଲିପ୍ ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍
ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟୋରୋଲା ଭାରତୀୟ ବଜାରରେ ନିଜର ବହୁ ପ୍ରତୀକ୍ଷିତ ଫ୍ଲିପ୍ ସ୍ମାର୍ଟଫୋନ୍ ମୋଟୋରୋଲା ରେଜର ୫୦କୁ ନେଇଆସିଛି । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ମିଳିବ । ଗ୍ରାହକଙ୍କୁ ଏଥିରେ ଓଆଇଏସ୍ ଏବଂ ଇନଷ୍ଟାଣ୍ଟ ଅଲ୍ ପିକ୍ସେଲ ଫୋକସ ସହିତ ମୋଟୋ ଏଆଇ ସହିତ ୫୦ ଏମପି କ୍ୟାମେରା ସୁବିଧା ମିଳିବ । ଏହା୪୯,୯୯୯ ଟଙ୍କାର ପ୍ରାରମ୍ଭିକ ଦାମ୍ ସହିତ ବଜାରରେ ପ୍ରବେଶ କରିଛି ।
ଫୋନରେ ସିଙ୍ଗଲ ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ଭେରିଏଣ୍ଟ ଆସିଥାଏ । ଏହାର ଦାମ୍ ୬୪,୯୯୯ ଟଙ୍କା । ଫୋନକୁ ରିହାତିର ଫାଇଦା ଉଠାଇ ଗ୍ରାହକ ୪୯,୯୯୯ ଟଙ୍କାରେ କିଣିପାରିବେ । ତେବେ ଏହି ଅଫର କେବଳ ସୀମିତ ସମୟ ପାଇଁ ଉପଲବ୍ଧ ହେବ । ସାମସଙ୍ଗ ଗାଲାକ୍ସି ଜେଡ୍ ୬ ବା ଗାଲାକ୍ସି ଜେଡ୍ ଫୋଲ୍ଡ ୬ ସହିତ ଏହାର ମୁକାବିଲା ହେବ ।
Get ready to upgrade with #MotorolaRazr50 📱 A 3.6″ external display that’s 2.4x bigger & fully functional, plus a 6.9″ pOLED screen for an immersive view.
Pre-Book starts tomorrow on Amazon Specials, https://t.co/YA8qpSXba4 & leading stores. 📱 #ChatWithGemini #FlipItOrMissIt— Motorola India (@motorolaindia) September 9, 2024
ଫୋନରେ ୬.୯ ଇଞ୍ଚର ଫୁଲ ଏଚଡି ପ୍ଲସ ଏଲଟିପିଓ ଡିସପ୍ଲେ ମିଳିବ । ଡିସପ୍ଲେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସିବ । ଫୋନରେ ୩ ହଜାର ନିଟ୍ସ ପିକ୍ ବ୍ରାଇଟନେସ୍ ମିଳିବ । ଫୋନରେ କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ ପ୍ରୋଟେକ୍ସନ ଦିଆଯିବ ।
Comments are closed.