ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୭

0

ନୂଆଦିଲ୍ଲୀ : ମୋଟୋରୋଲା ଇଣ୍ଡିଆ ଭାରତରେ ତାର ନୂଆ ସ୍ମାର୍ଟଫୋନ ମୋଟୋ ଜି-୭ ଲଞ୍ଚ କରିଛି। ଏହି ଫୋନଟି ଉଭୟ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଏହା ଗତବର୍ଷ ଲଞ୍ଚ ହୋଇଥିବା ମୋଟୋ ଜି-୬ର ଅପଗ୍ରେଡ୍‍ ଭର୍ସନ।

pic courtesy-digital trends

ମୋଟୋ ଜି-୭ର ବିଶେଷତ୍ୱ
ମୋଟୋ ଜି-୭ରେ ୬.୨ଇଞ୍ଚର ମ୍ୟାକ୍ସ ଭିଜନ ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଡିସପ୍ଲେ ସହିତ ଆପଣଙ୍କୁ ୱାଟର ଡ୍ରପ ନଞ୍ଚ ମଧ୍ୟ ମିଳିବ। ଏଥିରେ କ୍ୱାଲାକମର ସ୍ନାପଡ୍ରାଗନ ୬୩୨ପ୍ରୋସେସର ମିଳିବ ଏବଂ ଏହି ଫୋନରେ ଆଉଟ ଅଫ ବକ୍ସ ଆଣ୍ଡ୍ରଏଡ ୯.୦ପାଇ ମିଳିବ। ଫୋନରେ ୧ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ରହିଛି।

pic courtesy-amazon.com

ମୋଟୋ ଜି-୭ର କ୍ୟାମେରା
ମୋଟୋରୋଲା ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ଦେଇଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ସେହିଭଳି ୮ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ଉଭୟ କ୍ୟାମେରା ସହିତ ପ୍ରୋଟେକ୍ଟ ମୋଡ୍‍ ମିଳିବ। ରିୟର କ୍ୟାମେରା ସହିତ ଏଳଇଡି ଫ୍ଲାସଲାଇଟ୍‍ ଏବଂ ଆଗପଟ କ୍ୟାମେରାରେ ସ୍କ୍ରିନ ଲାଇଟ ମିଳିବ।

pic courtesy-xda developers

ମୋଟୋ ଜି-୭ର ବ୍ୟାଟେରୀ ଏବଂ ସଂଯୋଗ
ଏହି ଫୋନରେ ୩ହଜାର ଏମ୍‍ଏଚ୍‍ ବ୍ୟାଟେରୀ ମିଳିବ ଯାହା ଟର୍ବୋ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଫୋନ ସହିତ ୧୫ୱାଟର ଫାଷ୍ଟ ଚାର୍ଜର ମଧ୍ୟ ମିଳିବ। କମ୍ପାନୀର କହିବା କଥା ୧୫ମିନିଟର ଚାର୍ଜରେ ଏହା ୯ଘଣ୍ଟା ଚାର୍ଜ ରଖିବ। ସଂଯୋଗ ପାଇଁ ଫୋନରେ ୪ଜି ଭିଓଏଲଟିଇ, ବ୍ଲୁଟୁଥ ୪.୨, ୱାଇ-ଫାଇ, ଡୁଆଲ ସିମ ସପୋର୍ଟ ମିଳିବ। ଏହି ଫୋନର ମୂଲ୍ୟ ୧୬ହଜାର ୯୯୯ଟଙ୍କା।

Leave A Reply