www.samajalive.in
Friday, December 12, 2025
27.1 C
Bhubaneswar

ଡାକ୍ତରଙ୍କୁ ହତ୍ୟା ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ କମ୍ପାଉଣ୍ଡର ଗିରଫ

ପାଟନା: ଜନୈକ ଡାକ୍ତରଙ୍କ ପାଖରେ କାର୍ଯ୍ୟରତ କମ୍ପାଉଣ୍ଡର ରଚିଥିଲେ ହତ୍ୟା ଷଡଯନ୍ତ୍ର। ତେବେ ବେଳ ଥାଉଥାଉ ପୁଲିସକୁ ମିଳି ଯାଇଥିଲା ସୁରାକ। ବିହାର ମୋତିହାରୀଠାରେ ଏଭଳି ଏକ ଘଟଣାର ପର୍ଦାଫାସ କରିଛି ପୁଲିସ। ମୋତିହାରୀ ନିବାସୀ ତଥା ଖ୍ୟାତନାମା ନ୍ୟୁରୋ ସର୍ଜନ ଡ. ପ୍ରକାଶ ଖୈତାନ୍‍ ଲକ୍ଷ୍ନୌରେ କାର୍ଯ୍ୟରତ ଥିଲେ। ହେଲେ ସପ୍ତାହରେ ୩ଦିନ ସେ ମୋତିହାରୀକୁ ଆସି ସେଠାରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏହି ସମୟରେ ଡ. ଖୈତାନଙ୍କ ପାଖରେ ୧୫ରୁ ୨୦ଲକ୍ଷ ଟଙ୍କା ଆୟ ହେଉଥିଲା। ଏହି ଟଙ୍କା ଡ. ଖୈତାନ ଲକ୍ଷ୍ନୌକୁ ଫେରିଯିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦେଉଥିଲେ ନଚେତ ସାଙ୍ଗରେ ନେଇ ଯାଉଥିଲେ। ସପ୍ତାହକୁ ୩ଦିନର ଏହି ଚିକିତ୍ସା ବ୍ୟବସ୍ଥା ପାଇଁ ଡ. ଖୈତାନ ଜଣେ କମ୍ପାଉଣ୍ଡରଙ୍କୁ ନିୟୋଜିତ କରିଥିଲେ। ସ୍ଥାନୀୟ ନିବାସୀ ରଞ୍ଜିତ କୁମାର ଡ. ଖୈତାନଙ୍କ ପାଖରେ କମ୍ପାଉଣ୍ଡର ଭାବେ କାର୍ଯ୍ୟରତ ଥିଲେ। ଡାକ୍ତରଙ୍କ ଆୟ ସମ୍ପର୍କରେ ରଞ୍ଜିତ ଜାଣିବା ସହ ଡାକ୍ତରଙ୍କୁ ଲୁଟ୍‍ ଓ ହତ୍ୟା କରିବାର ଷଡଯନ୍ତ୍ର କରିଥିଲା। ଏଥି ନିମନ୍ତେ ସେ ସ୍ଥାନୀୟ କିଛି ଅପରାଧୀଙ୍କ ସହ ହାତ ମିଳାଇ ଥିଲେ। ମଙ୍ଗଳବାର ସକାଳେ ଡ. ଖୈତାନ ଲକ୍ଷ୍ନୌ ଫେରିବାର କାର୍ଯ୍ୟକ୍ରମ ଥିଲା। ସୋମବାର ପ୍ରବଳ ଭିଡ଼ ହେତୁ ବ୍ୟାଙ୍କରେ ଟଙ୍କା ଜମା କରି ପାରି ନଥିଲେ ଡ. ଖୈତାନ। ଏହା ଜାଣିପାରି ସୋମବାର ରାତିରେ ଡ.ଖୈତାନଙ୍କୁ ଲୁଟିବାର ଯୋଜନା କରିଥିଲା ରଞ୍ଜିତ। ହେଲେ କୌଣସି ସୁତ୍ରରୁ ଖବର ପାଇଁ ପୁଲିସ ଏହି ଘଟଣା ଘଟିବା ପୂର୍ବରୁ ରଞ୍ଜିତ ସମେତ ଅନ୍ୟଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ରହିଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories