BJD Bijuli 480×75 Mob

ବିଷ ପିଇ ଏସପି ଗୁରୁତର

BJD Bijuli 480×75 Mob
0

ଲକ୍ଷ୍ନୌ: ୟୁପି କାନପୁର ସିଟି ପୁଲିସ ଅଧିକ୍ଷକ ସୁରେନ୍ଦ୍ର କୁମାର ଦାସ ବିଷ ପାନ କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ଦାସଙ୍କୁ ଗୁରୁତର ଅବସ୍ଥାରେ ସହରସ୍ଥିତ ରିଜେନ୍ସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷ ଶ୍ରୀ ଦାସଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି।
ସହରର ଏସପି ବିଷ ପାନ କରିବା ଘଟଣା ପୁଲିସ ବିଭାଗକୁ ବିଚଳିତ କରିଦେଇଛି। ବିଭାଗର ବରିଷ୍ଠ ଅଧିକାରୀ ଡାକ୍ତରଖାନାରେ ଯାଇ ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ କେଉଁ କାରଣରୁ ଏସପି ବିଷ ପାନ କରିଛନ୍ତିି ଏ ସମ୍ପର୍କରେ କୌଣସି ସୁରାକ ମିଳି ନାହିଁ।
ଲକ୍ଷ୍ନୌ ନିବାସୀ ସୁରେନ୍ଦ୍ର କୁମାର ଦାସ ୨୦୧୪ବ୍ୟାଚ ଆଇପିଏସ। ଶ୍ରୀ ଦାସଙ୍କ ଏଭଳି ପଦକ୍ଷେପ ତାଙ୍କ ପରିବାରବର୍ଗ ସମେତ କାନପୁର ସହରକୁ ବିଚଳିତ କରିଦେଇଛି।

Leave A Reply