www.samajalive.in
Saturday, December 6, 2025
19.1 C
Bhubaneswar

ସର୍ବସଂହା ଜନନୀ ତୁମକୁ ଧନ୍ୟବାଦ

ବହୁବାର ଆପଣ ଲୋକଙ୍କ କହିଥିବାର ଶୁଣିଥିବେ ଭଗବାନ ଆମର ଯତ୍ନ ନେବା ପାଇଁ ସବୁ ସମୟରେ ଓ ସମସ୍ତ ସ୍ଥାନରେ ପହଞ୍ଚି ପାରିନଥାଆନ୍ତି, ତେଣୁ ସେ ମାଆଙ୍କୁ ସୃଷ୍ଟି କରିଛନ୍ତି। ମାଆଙ୍କ ପ୍ରତି ସମ୍ମାନ ଓ ଭଲପାଇବା ପ୍ରକାଶ କରିବା ପାଇଁ ପିଲାମାନେ ମାତୃ ଦିବସ (ମଦର୍ସ ଡେ) ପାଳି ଥାଆନ୍ତି। ଭାରତରେ ମାତୃ ଦିବସ ମେ ୧୨ରେ ପାଳନ କରାଯାଏ। ଏହି ପବିତ୍ର ଦିନରେ କିଛି ଉତ୍ସାହଭରା କଥା ଜାଣନ୍ତୁ, ଯାହା ଏହି ଦିନ ସହ ଜଡ଼ିତ।
ଆମକୁ ଦେଇଥିବା ଜୀବନ ପାଇଁ ଧନ୍ୟବାଦ –
ମାଆ ନିଜ ଗର୍ଭରେ ଶିଶୁକୁ ଧାରଣ କରି ଜନ୍ମ ଦେଇଥାଏ। ନିଜ ପିଲାର ସଠିକ ଯତ୍ନ ନେଇ ଛୋଟରୁ ବଡ଼ କରିଥାଏ। ପିଲାଟିର ଉତ୍ତମ ସ୍ୱାସ୍ଥ୍ୟ ଓ ତା’କୁ ହସଖୁସିର ବାତାବରଣ ଦେବା ପାଇଁ ମାଆର ବହୁ ତ୍ୟାଗ ରହିଥାଏ। ତେଣୁ ମାଆଙ୍କୁ ମନରୁ ଧନ୍ୟବାଦ ଜଣାଇବା ଆବଶ୍ୟକ।
ଶିକ୍ଷିତ କରାଇଥିବାରୁ ଧନ୍ୟବାଦ –
ଯେକୌଣସି ଶିଶୁର ପ୍ରଥମ ଗୁରୁ ହେଉଛନ୍ତି ମାଆ। ଆମ ଭିତରେ ଥିବା ସମସ୍ତ ସଦଗୁଣ ଆମେ ମାଆଙ୍କ ଠାରୁ ଶିଖିଥାଉ। ମାଆ ସର୍ବଦା ଚେଷ୍ଟା କରିଥାଏ, କିପରି ପିଲାମାନେ ଉତ୍ତମ ଶିକ୍ଷାଲାଭ କରିବେ, ଉଚ୍ଚ ଶିକ୍ଷିତ ହେବେ , ଯାଦ୍ୱାରା ଦୁନିଆର ବାଧାବିଘ୍ନକୁ ଆଡ଼େଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇପାରିବେ।
ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଧନ୍ୟବାଦ –
ପ୍ରତ୍ୟେକ ପିଲାଙ୍କ ପାଇଁ ମାଆ ଖୁବ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ତେଣୁ ଆଜି ଭଳି ପବିତ୍ର ଦିନରେ ଆମକୁ ନିୟମିତ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଖୁଆଉଥିବାରୁ ମାଆଙ୍କୁ ଧନ୍ୟବାଦ ଦେବା ଉଚିତ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories