www.samajalive.in
Saturday, December 6, 2025
16.1 C
Bhubaneswar

୬ ମାସର ଶିଶୁକୁ କଚାଡ଼ି କଚାଡ଼ି ହତ୍ୟା କଲା ମାଆ

ଅଲୀଗଡ଼: ଅଲୀଗଡ଼ର ଜୱାଁ ସ୍ଥିତ ରାମପୁର ଗାଁରେ ଘରୋଇ କଳହକୁ ନେଇ ଉତ୍ତ୍ୟକ୍ତ ମାଆ ନିଜ ଛଅ ମାସର ଶିଶୁକନ୍ୟାକୁ ଚଟାଣରେ କଚାଡ଼ି କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କର ନିଜ ସ୍ୱାମୀଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା, ଯାହା ଫଳରେ ରାଗରେ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଝିଅକୁ ହତ୍ୟା କରିବା ପୂର୍ବରୁ ମାଆ ପିଙ୍କି ସ୍ୱାମୀଙ୍କୁ ଲୁଗାପଟା କିଣିବାକୁ ଟଙ୍କା ମାଗିଥିଲେ। ତେବେ ଦିନେ ଦୁଇ ଦିନ ମଧ୍ୟରେ ଟଙ୍କା ଦେବେ ବୋଲି ତାଙ୍କ ସ୍ୱାମୀ ତାଙ୍କୁ କହିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହେଲା ଓ ମହିଳାଜଣକ ନିଜ ଝିଅକୁ ମାଡ଼ ମାରିବାକୁ ଲାଗିଲେ। ଏହାପରେ ଯେତେବେଳେ ତାଙ୍କ ସ୍ୱାମୀ ଶିଶୁକୁ ତାଙ୍କଠାରୁ ଛଡ଼ାଇ ଆଣିଲେ, ସେତେବେଳେ ମହିଳା ପୁଣି ଶିଶୁକୁ ଛଡ଼ାଇ ନେଇ ଏକ ଘର ଭିତରକୁ ନେଇ କଚାଡ଼ି ହତ୍ୟା କରିଥିଲେ। ଖବର ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories