www.samajalive.in
Friday, December 5, 2025
26.1 C
Bhubaneswar

ଆମକୁ ୫ବର୍ଷ ଦିଅନ୍ତୁ ‘ସୋନାର ବାଂଲା’ ସ୍ବପ୍ନ ସାକାର କରିବୁ: ଶାହ

କଲକାତା: ମମତା ଦିଦିଙ୍କ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଶ୍ଚିମବଙ୍ଗର ବିକାଶ କରିବାରେ ରୋକୁଛନ୍ତି। ଆପଣମାନେ କମ୍ୟୁନିଷ୍ଟ ସରକାରଙ୍କୁ ଦୁଇ ଦଶନ୍ଧି ଦେଲେ ଏବଂ ମମତା ଦିଦିଙ୍କୁ ୧୦ ବର୍ଷ ଦେଲେ। ସେମାନେ କ’ଣ ରାଜ୍ୟର ବିକାଶ କଲେ କି ? ନାଁ । କିନ୍ତୁ ଆମକୁ ୫ବର୍ଷ ଦିଅନ୍ତୁ, ଆମେ ପଶ୍ଚିମବଙ୍ଗର ‘ସୋନାର ବାଂଲା’ର ସ୍ବପ୍ନକୁ ସାକାର କରିଦେବୁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲକାତାଠାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି।

କଲକାତାର ରାଜରହାଟରେ ଜାତୀୟ ସୁରକ୍ଷା ବାହିନୀ(ଏନଏସଜି)ର ସ୍ବତନ୍ତ୍ର କୋଠା ଉଦ୍‌ଘାଟନ କରିବା ପରେ ଶାହ ଶହୀଦ ମୀନାରରୁ ସିଏଏ ସମର୍ଥନରେ ବାହାରିଥିବା ରାଲିରେ ସାମିଲ ହୋଇଥିଲେ। ସିଏଏ ଲାଗୁ ହେବା ପରେ ଶାହଙ୍କର ଏହା ପ୍ରଥମ କଲକାତା ଗସ୍ତ। ଏହି ଅବସରରେ ଶାହ ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଯେତେବେଳେ ମୁଁ ନିର୍ବାଚନୀ ପ୍ରଚାର ପାଇଁ ଆସିଲି, ସେତେବେଳେ ଅନୁମତି ଦେବାକୁ ମନା କରିଦିଆଯାଇଥିଲା। ମଞ୍ଚ ଭାଙ୍ଗି ଦିଆଗଲା ଏବଂ ମିଥ୍ୟା ମାମଲା ରୁଜୁ କରାଯାଗଲା। ଏସବୁ ବାଦ୍‌ ୪୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ନିଜ ଜୀବନ ହରାଇଲେ। ମମତା ଦିଦି ଆପଣ ଏସବୁ ବନ୍ଦ କରିପାରିବେ କି ବୋଲି ଶାହ ପ୍ରଶ୍ନ କରିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories