www.samajalive.in
Friday, December 5, 2025
27.1 C
Bhubaneswar

୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ପ୍ରାୟ ୫୫ ପ୍ରତିଶତ ବିବାହିତ ଭାରତୀୟ ଅତି କମ୍‌ରେ ଥରେ ନିଜ ଜୀବନସାଥୀଙ୍କ ସହ ଧୋକା କରିଥାନ୍ତି ଅର୍ଥାତ୍ ଧୋକା ଦେଇଥାନ୍ତି। ଏକଥା ଆମେ କହୁ ନାହୁଁ, ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି।

ଭାରତରେ ପ୍ରଥମ ଥର ପାଇଁ ଏକ୍ସଟ୍ରାମାରିଟାଲ୍ ଡେଟିଂ ଆପ୍ ଗ୍ଲାଇଡେନ୍ ମାଧ୍ୟମରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଧୋକା ମାମଲାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି। ଜୀବନସାଥୀଙ୍କୁ ଧୋକା ଦେଇଥିବା ନେଇ ୫୬ ପ୍ରତିଶତ ମହିଳା ଏହି ଆପ୍ ମାଧ୍ୟମରେ ସ୍ବୀକାର କରିଛନ୍ତି।

- Advertisement -

୪୮ ପ୍ରତିଶତ ଭାରତୀୟଙ୍କ କହିବା ହେଲା- ଗୋଟିଏ ସମୟରେ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମ୍ଭବ। ସେହିପରି ୪୬ ପ୍ରତିଶତଙ୍କ ମତ ହେଲା ପ୍ରେମ ସମ୍ପର୍କରେ ରହିଥିବା ବ୍ୟକ୍ତିକୁ ଧୋକା ଦିଆଯାଇପାରିବ। ହୁଏତ ଏହି କାରଣରୁ ଭାରତୀୟମାନେ ଯେବେ ନିଜ ସାଥୀଙ୍କ ଏକ୍ସଟ୍ରାମାରିଟାଲ୍ ଆଫେୟାର୍ସ ବିଷୟରେ ଜାଣନ୍ତି, ସେତେବେଳେ ଅତି ସହଜରେ କ୍ଷମା ଦେଇ ଦିଅନ୍ତି। ୭ ପ୍ରତିଶତ ଭାରତୀୟ କିଛି ଚିନ୍ତା ନ କରି ନିଜ ସାଥୀଙ୍କୁ କ୍ଷମା କରି ଦେଇଥାନ୍ତି। ସେହିପରି ୬୯ ପ୍ରତିଶତ ଭାରତୀୟ ଚାହାନ୍ତି ଯେ ତାଙ୍କ ସାଥୀ ତାଙ୍କୁ କ୍ଷମା କରି ଦିଅନ୍ତୁ।

୨୫ରୁ ୫୦ ବର୍ଷର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ପୁଣେ, କୋଲକାତା ଏବଂ ଅହମଦାବାଦ ୧,୫୨୫ ଜଣ ସାମିଲ ହୋଇଥିଲେ।

ସର୍ଭେରେ ୪୯ ପ୍ରତିଶତ ବିବାହିତ ଭାରତୀୟ ଏହାକୁ ସ୍ବୀକାର କରିଛନ୍ତି ଯେ, ସେମାନେ ନିଜ ସାଥୀଙ୍କ ବ୍ୟତୀତ ଅନ୍ୟ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଛନ୍ତି। ସେହିପରି ୧୦ରୁ ୫ ଜଣ ଅର୍ଥାତ୍ ୪୭ ପ୍ରତିଶତ କାଜୁଆଲ୍ ସେକ୍ସ କିମ୍ବା ୪୬ ପ୍ରତିଶତ ଗୋଟିଏ ନାଇଟ୍ ଷ୍ଟାଣ୍ଡରେ ରହିଥାନ୍ତି।

ଧୋକା ଦେବା ମାମଲାରେ ଭାରତୀୟ ମହିଳା ଆଗରେ ରହିଥିବା ଏହି ସର୍ଭେ ରିପୋର୍ଟରୁ ଜଣାପଡିଛି। ୪୧ ପ୍ରତିଶତ ମହିଳା ସ୍ବୀକାର କରିଛନ୍ତି ଯେ, ସେମାନେ ନିଜ ଜୀବନସାଥୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କରେ ରହିଥାନ୍ତି। ଅନ୍ୟ ପକ୍ଷରେ ୨୬ ପ୍ରତିଶତ ପୁରୁଷ ଏପରି କରିଥାନ୍ତି ବୋଲି ସ୍ବୀକାର କରିଛନ୍ତି। ସେହିପରି ୫୩ ପ୍ରତିଶତ ବିବାହିତ ମହିଳା ଏବଂ ୪୩ ପ୍ରତିଶତ ପୁରୁଷ ସ୍ବୀକାର କରିଛନ୍ତି ଯେ ବିବାହ ପୂର୍ବରୁ ସେମାନେ ଅନେକ ଅନ୍ତରଙ୍ଗ ସମ୍ପର୍କରେ ରହିଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories