ଚେନ୍ନଇ: ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅଙ୍କ ସହ ସର୍ବଭାତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏ.ମଣିଭାନନ୍ ନାମ୍ନୀ ୪୯ ବର୍ଷୀୟା ଏହି ମହିଳା ବର୍ତ୍ତମାନ ଫିଜିଓଥେରାପିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତାମିଲନାଡୁର ବିରୁଦ୍ଧନଗରସ୍ଥିତ ସରକାରୀ ମେଡିକାଲ କଲେଜର ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ସୁଯୋଗ ମିଳିଥିବାବେଳେ ଝିଅ ସଂଯୁକ୍ତା ଖୁବଶୀଘ୍ର ଆଡ୍ମିସନ ନେବାକୁ ଯାଉଛନ୍ତି। ମଣିଭାନନ୍ ଭିନ୍ନକ୍ଷମ ହୋଇଥିବାବେଳେ ଆଜକୁ ତିନି ଦଶନ୍ଧି ପୂର୍ବେ ଡାକ୍ତରୀ ପାଠ ପଢିବାକୁ ଇଚ୍ଛାପ୍ରକାଶ କରିଥିଲେ।
Popular Categories



