www.samajalive.in
Saturday, December 6, 2025
14.1 C
Bhubaneswar

କ୍ୱାରେଣ୍ଟାଇନ୍ ସେଣ୍ଟରରୁ କୁଖ୍ୟାତ ଅପରାଧୀ ଫେରାର

ଝାରସୁଗୁଡ଼ା : ଲକଡ଼ାଉନ ସମୟରେ ଲୁଚି ଛପି ରାଉରକେଲାର ରେଡ଼ଜୋନ ନାଲାରୋଡ଼ରୁ ଆସି ଝାରସୁୁଗୁଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣେ କୁଖ୍ୟାତ ଅପରାଧୀ ସୋମବାର ସକାଳୁ ଫେରାର ହୋଇଯାଇଛି । ପୁଲିସ ଫେରାର ଯୁବକ ବିରୋଧରେ ମାମଲା ରୁଜୁ କରିବା ସହ ତାକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ।

ସୂଚନା ଅନୁସାରେ ୧୦ ଦିନ ତଳେ  ଏହି ଯୁବକ ରାଉରକେଲା ନାଲାରୋଡ ଅଞ୍ଚଳରୁ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ସୂଚନା ପାଇ ତାକୁ ବିରୋଧ କରିଥିଲେ । ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୁଲିସ ଓ ପୌର କରୋନା ନୋଡ଼ାଲ ଅଧିକାରୀ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଥିଲେ । ସମ୍ପୃକ୍ତ ଯୁବକର ସ୍ୱାବ ପରୀକ୍ଷା ପାଇଁ ପଠାଯାଇ ଥିବାବେଳେ ଏଯାଏ ରିପୋର୍ଟ ଆସିନାହିଁ । ସୋମବାର ଭୋରରୁ ଏହି ଅପରାଧୀ ଜଣକ କ୍ୱାରେଣ୍ଟାଇନ୍ ସେଣ୍ଟରର ପାଚେରି ଡେଇଁ ଫେରାର ହୋଇଯାଇଛି । ଖବରପାଇ ବିଟିଏମ ପୁଲିସ ଚାରିଆଡେ ଖୋଜାଖୋଜି କରି ନିରାଶ ହୋଇଛି । କେମିତି ଫେରାର ହେଲା ସେନେଇ ତଦନ୍ତ ଚାଲିଛି ବୋଲି ବିଟିଏମ୍ ଫାଣ୍ଡି ଅଧିକାରୀ ସୁଚସ୍ମିତା ମହାନ୍ତି କହିଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନେଇ ଝାରସୁଗୁଡ଼ା ଥାନାରେ ଏତଲା ଦିଆଯାଇ ଏକ ମାମଲା ମଧ୍ୟ ରୁଜ କରାଯାଇଛି । କେମିତି ଯୁବକ ଜଣକ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଖସି ପଳାଇଲା ତା ଉପରେ ମଧ୍ୟ ତଦନ୍ତ କରିବୁ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

ପ୍ରକାଶ ଥାଉ କି, କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଥିବା ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଅପରାଧ ମାମଲରେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବାବେଳେ ବର୍ତ୍ତମାନ ଚିନ୍ତା ବଢାଇ ଦେଇଛି। ଏହି ଯୁବକକୁ ଧରିବା ଉଦ୍ୟମ ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories