ଡେସ୍କ: ରୁଷର କ୍ଷେପଣାସ୍ତ୍ରବାହି ଜାହାଜ ମୋସ୍କୋବା କୃଷ୍ଣସାଗରରେ ବୁଡ଼ି ଯାଇଥିବା ଜଣାପଡିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଜାହାଜଟି ନିୟନ୍ତ୍ରଣ ହରାଇବାରୁ ବୁଡ଼ିଯାଇଥିବାର ଆଶଙ୍କା କରାଯାଉଛି। ପୂର୍ବରୁ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ ସେହି ଜାହାଜରେ ନିଆଁ ଲାଗିଯାଇଥିବା କୁହାଯାଇଥିଲା। ଏଥିଯୋଗୁଁ ଜାହାଜର ଗୋଳାବାରୁଦ ଥିବା ଅଂଶ ନଷ୍ଟ ହୋଇଯାଇଥିବା ଜଣାପଡିଥିଲା।
ଇତିମଧ୍ୟରେ ‘ମୋସ୍କୋବା’ ଉପରେ ଦୁଇଟି ଜ-୩୬୦ ନେଫ୍ଚୁନ୍ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ୟୁକ୍ରେନ୍ ଦାବି କରିଛି। ମୋସ୍କୋବା ଜାହାଜ ରୁଷରେ ନିର୍ମିତ ହୋଇଥିଲା ଓ ୧୯୮୦ ମସିହାରୁ ଏହା କାର୍ଯ୍ୟକରି ଆସୁଥିଲା।



