www.samajalive.in
Saturday, December 13, 2025
21.1 C
Bhubaneswar

ମୋବାଇଲ ଗେମ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କଲେ ଦୁଇ ସାଙ୍ଗ

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ ଦୁଇ ସାବାଳକ ଜଘନ୍ୟ କାଣ୍ଡ ଘଟାଇଥିବାର ଖବର ମିଳିଛି। ଏଠାରେ ମୋବାଇଲ ଗେମ୍ ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଦୁଇ ସାବାଳକ ଛାତ୍ରଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଜଣେ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରି ଫିଙ୍ଗି ଦେଲେ ଦୁଇ ସମ ବୟସ୍କ ସାଙ୍ଗ। କୋରାପୁଟ ଟାଉନଥାନା ଅଞ୍ଚଳରେ ଦୁଇ ନାବାଳକ ଏଭଳି ଜଘନ୍ୟ କାଣ୍ଡ ଘଟାଇଥଇଲେ। ଏ ନେଇ ମସ୍ତିପୁଟ ଗ୍ରାମରେ ଚଞ୍ଚଲ୍ୟ ଖେଳିଯାଇଛି।
ଗତକାଲି ଗାଁ ସ୍କୁଲ ନିକଟରେ ୩ ସାଙ୍ଗ ମିଶି ଗେମ ଖେଳୁଥିଲେ। ଖେଳିବାବେଳେ ଜଣେ ସାଙ୍ଗ ଅନ୍ୟ ଦୁଇଜଣଙ୍କୁ ମୋବାଇଲ ଦେଇନଥିଲା। ଏହାକୁ ନେଇ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରକୁ ମାଡ଼ ମାରିଥିଲେ। ମାଡ଼ ମାରିବା ସହ ପଥରେ ଛେଚି ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ହତ୍ୟା କରି ମୃତଦେହକୁ କୋଲାବ ନଦୀ ହୁଡ଼ାରେ ଫିଙ୍ଗି ଦେଇଥିଲେ। ଆଜି ସକାଳେ ମୃତ ଛାତ୍ରଙ୍କ ବାପା ମୃତଦେହ ଚିିହ୍ନଟ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ମୋବାଇଲ ପାଇଁ ହତ୍ୟା ହୋଇଥିବା ପୁଲିସ ସୂଚନା ଦେଇଛି।

କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ କହିଛନ୍ତି ଯେ ୩ ଜଣ ମିଶି ବିଦ୍ୟାଳୟ ନିକଟରେ ମୋବାଇଲରେ ଫ୍ରିଫାୟାର ଗେମ ଖେଳୁଥିଲେ। ଜଣେ ସପ୍ତମ ଶ୍ରେଣୀ ଛାତ୍ର ଖେଳରେ ହାରିଯାଇଥିଲେ। ଅନ୍ୟପଟେ ସେଇ ପାଖରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ସାଙ୍ଗ ଫ୍ରିଫାୟାର ଖେଳିବା ପାଇଁ ତାଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲକୁ ନେଇ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବାରୁ ଦୁଇଜଣ ସାଙ୍ଗ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ସପ୍ତମ ଶ୍ରେଣୀ ଛାତ୍ର ଜଣକ ଅଚେତ ହୋଇଯାଇଥିଲେ। କାଳେ ସେ ମରିଯାଇଥିବ ଭାବି ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ଆଜି ବହୁ ଖୋଜାଖୋଜି ପରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନିକଟସ୍ଥ ନଦୀ କୂଳରେ ଭାସୁଥିବା ଦେଖି ତାଙ୍କ ମା’ କୋରାପୁଟ ଟାଉନ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ପହଞ୍ଚି ୨ଜଣଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories