www.samajalive.in
Thursday, December 11, 2025
18.1 C
Bhubaneswar

ଜରୁରୀକାଳୀନ ପରିସ୍ଥିତି ଯୋଗୁ ଭାରତ ଗସ୍ତ ବାତିଲ କଲେ ମୋରିସନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଚଳିତ ମାସ ୧୩ରୁ ୧୬ ପର୍ଯ୍ୟନ୍ତ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ଅଷ୍ଟ୍ରେଲିଆରେ ଗତ କିଛି ଦିନ ଧରି ଲାଗି ରହିଥିବା ବନାଗ୍ନି ନିୟନ୍ତ୍ରଣ ହେଉ ନ ଥିବାବେଳେ ଏହାକୁ ନେଇ ଦେଶରେ ରାଜନୀତି ଜୋର୍‌ ଧରିଛି। ଏଭଳି ପରିସ୍ଥିତିରେ ଦେଶ ବାହାରକୁ ଯିବା ଅସମୀଚୀନ ବୋଲି ମୋରିସନ୍‌ ଦର୍ଶାଇଛନ୍ତି। ବନାଗ୍ନି ଦେଶରେ ନାହିଁ ନ ଥିବା କ୍ଷତି ଘଟାଇବା ପରିପ୍ରେକ୍ଷୀରେ ବିବ୍ରତ ମୋରିସନ୍‌ ପୂର୍ବରୁ ଗସ୍ତ କାର୍ଯ୍ୟକ୍ରମ ବାତିଲ ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆର ୨୦୦ ଜଙ୍ଗଲରେ ନିଆଁ ଲାଗିଛି। ଏଥିଯୋଗୁଁ ଦୀର୍ଘ କାଳ ଧରି ଦେଶର ଉତ୍ତାପ ୫୦ ଡିଗ୍ରୀ ଉପରେ ରହିଛି। ଅସହ୍ୟ ଗରମ ଓ ଅଗ୍ନିବିତ୍ପାତ ଯୋଗୁଁ ଲୋକେ ଘରଦ୍ବାର ଛାଡ଼ି ଚାଲିଯାଉଛନ୍ତି। ଅଦ୍ୟାବଧି ୧୯ଜଣଙ୍କର ପ୍ରାଣହାନି ଘଟିଛି ଓ ୨୮ଜଣ ନିଖୋଜ ଅଛନ୍ତି। ପ୍ରାୟ ୧୪ଶହ ଘର ଧ୍ବଂସ ହୋଇଛି। ସରକାରୀ ଭାବେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଏଥିରେ ପ୍ରାୟ ୧୩ ନିୟୁତ ଅଞ୍ଚଳର ଜଙ୍ଗଲ ଜଳି ଗଲାଣି। ଦେଶର ସରକାର ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories