ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତକାଲି ୨୪ ଘଣ୍ଟାରେ ୨୯ ହଜାର ୪୨୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୩୨ ହଜାର ୬୯୫ ଜଣ ପଜିଟିଭ୍ ବାହାରିଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ୮୭୬କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୬୦୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ସଂଖ୍ୟା ୨୪ ହଜାର ୯୧୫ରେ ପହଞ୍ଚିଛି। ଏବେ ଦେଶରେ ୩ ଲକ୍ଷ ୩୧ ହଜାର ୧୪୬ ସକ୍ରିୟ ରୋଗୀ ଥିବାବେଳେ ୬ ଲକ୍ଷ ୧୨ ହଜାର ୮୧୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



