www.samajalive.in
Monday, December 15, 2025
16.1 C
Bhubaneswar

ଏୟାରଟେଲ୍‌ର ୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଛନ୍ତି ୧ ମିଲିୟନରୁ ଅଧିକ ଗ୍ରାହକ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ୟୁନିକେଶନ ସେବା ପ୍ରଦାତା ଏୟାରଟେଲ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ, କମ୍ପାନୀର ନେଟ୍‌ୱର୍କରେ ୫ଜି ଉପଭୋକ୍ତାଙ୍କ ସଂଖ୍ୟା ୧ ମିଲିୟନ ଅତିକ୍ରମ କରିଛି । ଏପରିକି ନେଟ୍‌ୱର୍କ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ବାଣିଜ୍ୟିକ ଶୁଭାରମ୍ଭର ୩୦ ଦିନରୁ କମ୍‌ ସମୟ ମଧ୍ୟରେ କମ୍ପାନୀ ଏହି ସଫଳତା ହାସଲ କରିଛି । ଏୟାରଟେଲ୍‌ ୨୦୨୧ରେ ୫ଜି ସେବାର ପରୀକ୍ଷଣ ଆରମ୍ଭ କରିଥିଲା ଏବଂ ଏବେ ଦେଶରେ ବାଣିଜ୍ୟିକ ଭାବେ ୫ଜି ସେବା ଶୁଭାରମ୍ଭ କରିଥିବା ପ୍ରଥମ ଅପରେଟର୍‌ରେ ପରିଣତ ହୋଇଛି । ୫ଜି ସ୍ମାର୍ଟଫୋନ୍‌ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍‌ ଅଧିକ ବିସ୍ତୃତ ହେବା ପର୍ଯ୍ୟନ୍ତ ନିଜର ବିଦ୍ୟମାନ ଡାଟା ପ୍ଲାନ୍‌ରେ ହାଇସ୍ପିଡ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ ଉପଭୋଗ କରିପାରିବେ । ବିଦ୍ୟମାନ ଏୟାରଟେଲ୍‌ ୪ଜି ସିମ୍‌ ୫ଜି ସକ୍ଷମ ହୋଇଥିବାରୁ ସିମ୍‌ ପରିବର୍ତନ କରିବାର କୌଣସି ଆବଶ୍ୟକତା ନାହିଁ ।

ଏୟାରଟେଲ୍‌ ୫ଜି ପ୍ଲସ୍‌ରେ ଗ୍ରାହକଙ୍କ ପାଇଁ ୩ଟି ଆକର୍ଷଣୀୟ ସୁବିଧା ରହିଛି । ପ୍ରଥମଟି ହେଉଛି, ଏହା ଏଭଳି ଏକ ଟେକ୍ନୋଲୋଜି ଉପରେ ପରିଚାଳିତ ହେଉଛି ଯାହାର ସର୍ବାଧିକ ବିକଶିତ ଇକୋସିଷ୍ଟମ ସହ ବିଶ୍ୱବ୍ୟାପୀ ବ୍ୟାପକ ଗ୍ରହଣୀୟତା ରହିଛି । ଏହା ଭାରତର ସମସ୍ତ ୫ଜି ସ୍ମାର୍ଟଫୋନ୍‌ଗୁଡିକ ଏୟାରଟେଲ୍‌ ନେଟ୍‌ୱର୍କରେ ବାଧାହୀନ ଭାବେ କାର୍ଯ୍ୟ କରିବା ସୁନିଶ୍ଚିତ କରୁଛି । ୨ୟରେ, କମ୍ପାନୀ ଚମକ୍ରାର ଭଏସ୍‌ ଏକ୍ସପେରିଏନ୍ସ ଓ ସୁପର୍‌-ଫାଷ୍ଟ୍‌ କଲ୍‌ କନେକ୍ଟ ସହ ଜଡିତ ହୋଇ ଆଜି ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ଅଧିକ ସ୍ପିଡ୍‌ରେ ସର୍ବୋତମ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି । ଶେଷରେ, ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କ ଏହାର ସ୍ୱତନ୍ତ୍ର ପାୱାର ରିଡକ୍ସନ ସଲ୍ୟୁଶନ ସହିତ ପରିବେଶ ପ୍ରତି ଅନୁକୂଳ ରହିବ ।

- Advertisement -

ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ସିଟିଓ ଶ୍ରୀ ରଣଦୀପ ସେଖୋନ୍‌ କହିଛନ୍ତି, ‘ଏହା ପ୍ରାରମ୍ଭିକ ଦିନ କିନ୍ତୁ ଗ୍ରାହକଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଖୁବ୍‌ ଉତ୍ସାହଜନକ ଅଟେ । ୫ଜି ଡିଭାଇସ୍‌ଗୁଡିକ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଆମର ନେଟ୍‌ୱର୍କ ନିର୍ମାଣ କାର୍ଯ୍ୟ ପ୍ରତିଦିନ ଜାରି ରହିଛି ଯାହା କିଛି ପ୍ରତିବନ୍ଧକ ସୃଷ୍ଟି କରୁଛି ଯାହାକୁ ଆସନ୍ତା କିଛି ସପ୍ତାହରେ ଶେଷ କରାଯିବା ଉଚିତ୍‌ । ଆମେ ସମଗ୍ର ଦେଶକୁ କନେକ୍ଟ କରିବାର ଏକ ଲକ୍ଷ୍ୟ ସହିତ ଆମର ନେଟ୍‌ୱର୍କକୁ ଅତ୍ୟାଧୁନିକ କରିବା ଜାରି ରଖିବୁ ।’

ଅକ୍ଟୋବର ପ୍ରାରମ୍ଭରେ ଏୟାରଟେଲ୍‌ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଓ ବାରାଣସୀ ଆଦି ସହରରେ ଏହାର ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଥିଲା । କମ୍ପାନୀ ଏୟାର ନେଟ୍‌ୱର୍କ ନିର୍ମାଣ ଓ ରୋଲ୍‌ଆଉଟ୍‌ ସମ୍ପନ୍ନ କାର୍ଯ୍ୟ ଜାରି ରଖିଥିବାରୁ ଏହି ସହରଗୁଡିକରେ ୪ଜି ସେବା ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଉଛି । ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାଗୁଡିକର ସମସ୍ତ ପୋର୍ଟଫୋଲିଓକୁ ଉନ୍ନତ କରିବ ଯାହା ଏୟାରଟେଲ୍‌ ପ୍ରଦାନ କରୁଛି । ଏହାଛଡା, କମ୍ପାନୀ ହାଇ ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍‌, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋ ଆଦିର ଇନ୍‌ଷ୍ଟାଂଟ୍‌ ଅପ୍‌ଲୋଡିଙ୍ଗ୍‌ ପାଇଁ ସୁପର୍‌ଫାଷ୍ଟ ଆକ୍‌ସେସ୍‌କୁ ଅନୁମତି ଦେବ ।

 

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories