www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଶାରେ ବିଳମ୍ବ ହୋଇପାରେ ମୌସୁମି

ଭୁବନେଶ୍ବର: ବାତ୍ୟା ପରେ ମୌସୁମି କେବେ ଆସିବ ସେଥିନେଇ ପାଣିପାଗ ବିଜ୍ଞାନୀଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି। ଚଳିତବର୍ଷ ମୌସୁମି ବର୍ଷା ୫ଦିନ ବିଳମ୍ବ ହେବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ସୂଚନା ଦେଇସାରିଛି। ଅନ୍ୟପକ୍ଷରେ ସ୍କାଇମେଟ ଆକଳନ କରିଛି ଯେ ମେ ୨୮ରେ ମୌସୁମି କେରଳ ଛୁଇଁପାରେ। ସାଧାରଣତଃ ଓଡ଼ିଶାରେ ଜୁନ ୧୫ ସୁଦ୍ଧା ମୌସୁମି ପହଞ୍ଚିଥାଏ। ତେବେ ଚଳିତବର୍ଷ କେରଳ ଛୁଇଁବା ବିଳମ୍ବ ହେଲେ ଓଡ଼ିଶାରେ ଜୁନ ୧୮ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।

ବିଭିନ୍ନ ପାଣିପାଗ ମଡ଼େଲକୁ ବିଶ୍ଳେଷଣ କରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୨୬ରୁ କେରଳରେ ବର୍ଷା ଆରମ୍ଭ ହୋଇଯିବ। କୋଚି ଓ ଅନ୍ୟ କେତେକ ସ୍ଥାନରେ ମେ ୨୬ରୁ ମାସ ଶେଷ ସୁଦ୍ଧା ପ୍ରତ୍ୟହ ୩୦ମିମିରୁ ଅଧିକ ବର୍ଷା ହୋଇପାରେ। ମାଙ୍ଗାଲୋରରେ ୨୮, ତିରୁବନନ୍ତପୁରମରେ ୨୯ରୁ ପ୍ରତିଦିନ ୧୦ମିମି ବର୍ଷା ହୋଇପାରେ। ଇସିଏମଡ଼ବ୍ଲୁଏଫ, ଜିସିଏଫ ଏବଂ ଅନ୍ୟାନ୍ୟ ମଡ଼େଲ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଚଳିତମାସ ୨୫ ପରେ କେରଳରେ ପାଗ ବଦଳିଯିବାର ସମ୍ଭାବନା ରହିଛି। ସେତେବେଳକୁ ବାୟୁମଣ୍ଡଳରେ ମେଘ ସୃଷ୍ଟି କରିବା ଓ ବର୍ଷା ହୋଇପାରୁଥିବା ଜଳୀୟ ଅଂଶ କେରଳ ଉପକୂଳ ଓ ସଂଲଗ୍ନ ଆରବ ସାଗରରେ ଏବଂ ଦକ୍ଷିଣ ତାମିଲନାଡ଼ୁ ଓ ସଂଲଗ୍ନ ବଙ୍ଗୋପସାଗରରେ ପର୍ୟ୍ୟାପ୍ତ ଥିବା କାରଣରୁ ପରବର୍ତ୍ତୀ ସପ୍ତାହରେ ମଧ୍ୟ ଏପରି ପାଗ ଲାଗିରହିବ। ତିରୁବନନ୍ତପୁରମ ସବୁଠୁ କମ ବର୍ଷା ହେବ। ହେଲେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ବର୍ଷା ହେବ ନାହିଁ। ଭାରତ ମହାସାଗରରୁ ବିଷୁବରେଖା ଅତିକ୍ରମ କରି ମୌସୁମି ମେଘ ଓ ପବନ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଦୁର୍ବଳ ରହିବ। ଜୁନ ପ୍ରଥମ ସପ୍ତାହ ସୁଦ୍ଧା କେରଳ ଉପକୂଳ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଗରମ ଲାଗିରହିବ।

- Advertisement -

ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା ଅଧିକ ରହିବ। ତେଣୁ ଜୁନ ଦ୍ବିତୀୟ ସପ୍ତାହ ଅର୍ଥାତ ଜୁନ ୮ରୁ ୧୪ ମଧ୍ୟରେ କେରଳ ଉପକୂଳ ସହିତ ଦେଶର ପୂର୍ବ ଉପକୂଳ ଏବଂ ବଙ୍ଗୋପସାଗରରେ ବର୍ଷା ସ୍ବାଭାବିକ ରହିବ। ଏସବୁ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ମୌସୁମି ବର୍ଷା ପାଇଁ ଆବଶ୍ୟକ ସର୍ବନିମ୍ନ ବର୍ଷା କେରଳ ଉପକୂଳରେ ମେ ୨୮/୨୯ରେ ହେବାର ସମ୍ଭାବନା ଅଛି। ଏପରି ଅବସ୍ଥା ଜୁନ ୮ ପର୍ୟ୍ୟନ୍ତ ଲାଗିରହିବ। ଜୁନ ୮ ସୁଦ୍ଧା ମୌସୁମି ପ୍ରବେଶ ନେଇ ଆଇଏମଡ଼ି ପକ୍ଷରୁ ଘୋଷଣା ହେଲେ ବି ବର୍ଷା କେରଳ ଉପକୂଳରେ ସୀମିତ ରହିପାରେ। ଗତ ପାଞ୍ଚ ବର୍ଷ ମଧ୍ୟରେ ମୌସୁମି କେରଳରେ ପହଞ୍ଚିବାରେ ବିଳମ୍ବିତ ହୋଇଛି। ଓଡ଼ିଶାକୁ ମୌସୁମି ଜୁନ ୧୦ରୁ ୧୫ ଭିତରେ ଆସିଥାଏ। ତେବେ ମୌସୁମି କେରଳ ଛୁଇଁବା ପରେ ଓଡ଼ିଶା ସମ୍ପର୍କରେ ସଠିକ ଆକଳନ କରିହେବ। ମୌସୁମି କେରଳ ପହଞ୍ଚିବାରେ ‌ବିଳମ୍ବ ହେଲେ ଓଡ଼ିଶାରେ ଜୁନ ୧୮ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ସେ ଆକଳନ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories