www.samajalive.in
Saturday, December 13, 2025
26.1 C
Bhubaneswar

ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ବର: ଆକାଶମାର୍ଗରୁ ‘ଅମ୍ପନ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଆୟୋଜିତ ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିପର୍ୟ୍ୟୟ ପ୍ରତିରୋଧ ପାଇଁ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​ମୋଦୀଙ୍କ ନିକଟରେ ପ୍ରସ୍ତାବ ଦୋହରାଇଛନ୍ତି। ‘ଫଣି’ ଜନିତ ବିପର୍ୟ୍ୟୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ କେନ୍ଦ୍ର ନିକଟରେ ରଖିଥିଲେ। ଶୁକ୍ରବାର ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସଂପ୍ରତି କରୋନା ଯୋଗୁଁ ଭାରତର ଅର୍ଥନୈତିକ ଅବସ୍ଥା ଚାପଗ୍ରସ୍ତ ହୋଇଛି। ଏଣୁ ମୁଁ ଭାରତ ସରକାରଙ୍କୁ ଅଧିକ ସହାୟତା ଯୋଗାଇ ଦେବା ପାଇଁ ଏଭଳି ସ୍ଥିତିରେ ଭାରାକ୍ରାନ୍ତ କରିବାକୁ ଚାହୁଁ ନାହିଁ। ରାଜ୍ୟରେ ଉପଲବ୍ଧ ସାମର୍ଥ୍ୟର ଭରପୂର ଉପଯୋଗ କରାଯାଇ ରାଜ୍ୟ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଛୁ।

ଓଡ଼ିଶା ଏକ ବିପର୍ୟ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଏହାର ମୁକାବିଲା ନେଇ ପ୍ରସ୍ତୁତି ସର୍ବଦା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ବିପର୍ୟ୍ୟୟ ପ୍ରତିରୋଧ ପରିପ୍ରେକ୍ଷୀରେ ସ୍ଥାୟୀ ଭିତ୍ତିଭୂମିର ବିକାଶ ହୋଇପାରିଲେ ରାଜ୍ୟ ଓ ଦେଶ ପାଇଁ ଲାଭଦାୟକ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories