www.samajalive.in
Friday, December 5, 2025
26.1 C
Bhubaneswar

ସୋମବାର ରାଶିଫଳ : ଋଣ ପରିଶୋଧ କରି ଆଶ୍ବସ୍ତ ହେବେ

ମେଷ: ପ୍ରଥମେ ମନରେ ଦ୍ବିଧାଭାବ ଜାତ ହୋଇପାରେ। ପର ମୁହୂର୍ତ୍ତରେ ଦୃଢ଼ ନିଶ୍ଚୟୀ ହେବେ। ମନ ପ୍ରଫୁଲ୍ଲ ରହିବ। ପ୍ରିୟଭାଷୀ ହେବେ। ହର୍ଷଯୁକ୍ତ ହେବେ। ଧନାଗମ ହେବ। ଭାଗ୍ୟବାନ୍‌ ହେବେ। ସୁସ୍ଥ ରହିବେ।

ବୃଷ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଉପାୟରେ ଧନ ଅର୍ଜନ କରିବେ। ବନ୍ଧୁମେଳରେ ଉତ୍ସବରେ ମାତି ପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ହାସ୍ୟ ସୁଖୀ ହେବେ। କର୍ମଚଞ୍ଚଳ ରହିବେ।

- Advertisement -

ମିଥୁନ: ଉପାର୍ଜନ ଊଣା ହେବ ନାହିଁ। ଅପାର ଗୁଣର ଆଧାର ହୋଇପାରନ୍ତି। ମୂଲ୍ୟବାନ୍‌ ନବବସ୍ତ୍ର ପରିଧାନ କରି ଆନନ୍ଦ ଉତ୍ସବରେ ଯୋଗ ଦେବେ। ନାନା ପ୍ରକାର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।

କର୍କଟ: ଶତ୍ରୁମାନଙ୍କ ଉପରେ ସାମୟିକ ଭାବେ କ୍ରୋଧ ପ୍ରକାଶ କରିପାରନ୍ତି। ବିଧିଜ୍ଞ ହେବେ। ସନ୍ମାର୍ଗୀ ହେବେ। କୀର୍ତ୍ତିମାନ୍‌ ହେବେ। ଶତ୍ରୁ ବିନାଶକାରୀ ହେବେ। ବନ୍ଧୁ ମେଳରେ ଧନ ବ୍ୟୟ କରିବେ।

ସିଂହ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଅସାଧ୍ୟ ସାଧନ କରିପାରନ୍ତି। ସରକାରୀ ଆର୍ଥିକ ସହାୟତା ମିଳିବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।

କନ୍ୟା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସରକାରଙ୍କ କୃପାପାତ୍ର ହେବେ। ଶତ୍ରୁର ପ୍ରଣମ୍ୟ ହେବେ।

ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ନିରଙ୍କୁଶ କ୍ଷମତା ପ୍ରାପ୍ତ ହେଲେ ବି ତା’ର ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ଅନୁଗତଙ୍କ ନମସ୍ୟ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।

ବିଛା:  ମିଳିତ କର୍ମଚାରୀମାନଙ୍କର ନେତୃତ୍ବ ନେଇ କର୍ମତତ୍ପର ହେବେ। ଉଚ୍ଚାସନରେ ଆସୀନ ହେବେ। ବହୁ ଅର୍ଥର ଅଧିକାରୀ ହୋଇପାରନ୍ତି। ଜନବଲ୍ଲଭ ହେବେ। ଦିନ ୨.୪୦ ମିନିଟ୍‌ ପର୍ଯ୍ୟନ୍ତ ସତର୍କରେ ଚଳିବେ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ। ନାନା ସୁଖର ଅଧିକାରୀ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ସାତ୍ତ୍ବିକ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।

ମକର: ବନ୍ଧୁ ଓ ପରିବାରବର୍ଗଙ୍କ ସହାୟତାରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସୁସ୍ଥ ରହିବେ।

କୁମ୍ଭ: ବିଦ୍ୟାର୍ଥୀମାନେ ଉଚ୍ଚ ସୋପାନରେ ନାମ ଦରଜ କରିବାର ଓ ସାକ୍ଷାତ କାରର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ମୀନ: କାର୍ଯ୍ୟ କେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସ୍ଥ ସମ୍ପାଦିତ କରି ଉଚିତ୍‌ ପ୍ରାପ୍ୟ ହାସଲ କରିବେ। ଯାନବାହନ ସୁଖ ମିଳିବ। ବାସଗୃହ ପରିବେଶ ଉତ୍ତମ ମାନର ହେବ। କୃଷିରୁ ଲାଭ ମିଳିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories