www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଆହତ

ପୁରୀ : ପୁରୀରେ ଅଘଟଣ । ଶ୍ରୀମନ୍ଦିରରେ ଗରମ ଡାଲି ପଡି  ୭ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଭାବେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ୨ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଭୋଗ ମଣ୍ଡପରୁ ବୋଝିଆ ଗରମ ଡାଲି ବୋଝ ନେଇ ଆସୁଥିବା ବେଳେ କୌଣସି କାରଣରୁ ଅସାବଧାନତା ବଶତଃ ଡାଲି ବୋଝ ତଳେ ପଡ଼ିଯାଇଥିଲା। ଫଳରେ ଶ୍ରୀମନ୍ଦିର ଭିତରେ ଥିବା ୭ଜଣ ଭକ୍ତଙ୍କ ଉପରେ ଗରମ ଡାଲି ପଡ଼ିଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ୨ଜଣଙ୍କୁ ଛାଡ଼ି ପରେ ଶ୍ରୀମନ୍ଦିର ରୋଗୀ ବୁହା ଯାନରେ ୫ଜଣ ଭକ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଭକ୍ତମାନେ ହେଲେ ନୟାଗଡ଼ ଅଞ୍ଚଳର ରିଟୁନି ଜେନା , ଯାଜ୍ଞସେନୀ ଜେନା , ଆଶୁତୋଷ ମହାନ୍ତି , ସୃତି ବାହାକା ଏବଂ ଶୁଭଶ୍ରୀ ରାଉତ ବୋଲି ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟର ପୋଡ଼ା ଜଳା କକ୍ଷରେ ସେମାନଙ୍କ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories