www.samajalive.in
Sunday, December 14, 2025
14.1 C
Bhubaneswar

ଅକ୍ଟୋବରରୁ କାମ ବନ୍ଦ ଧମକ ଦେଲେ ମହାପ୍ରୟାଣ ଗାଡ଼ିଚାଳକ, ୩ ମାସ ହେଲା ମିଳିନି ଦରମା

କଟକ:ସରକାରୀ ମେଡିକାଲରେ ମୃତ୍ୟୁବରଣ କରୁଥିବା ଅସହାୟ ଏବଂ ଗରିବ ଲୋକଙ୍କ ଶବକୁ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସ୍ୱଳ୍ପ ମୂଲ୍ୟ ଦେଇ ସେମାନେ ଗ୍ରାମକୁ ଶବ ନେଇପାରିବେ। ଏଥିପାଇଁ କଟକ ବଡ଼ ଡାକ୍ତରଖାନା ଏବଂ ଆଚାର୍ଯ୍ୟ ହରିହର କର୍କଟକେନ୍ଦ୍ରରେ ୩ଟି ମହାପ୍ରୟାଣ ଗାଡି ରହିଛି। ୩ମାସ ହେବ ଏହି ଗାଡି ଚାଳକଙ୍କୁ ଶ୍ରମଭିତ୍ତିକ ପାରିଶ୍ରମିକ ମିଳିନାହିଁ। ପାରିଶ୍ରମିକ ନ ମିଳିଲେ ଅକ୍ଟୋବରରୁ ଗାଡି ମହାପ୍ରୟାଣ ଚଳାଇବେ ନାହିଁ ବୋଲି ୩ଜଣ ଚାଳକ ଚେତାବନୀ ଦେଇଛନ୍ତି।
ମିଳିଥି ସୂଚନା ଅନୁଯାୟୀ, ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିବା ପରେ କଟକ ବଡ଼ ଡାକ୍ତରଖାନାକୁ ୨ଟି ଏବଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଗୋଟିଏ ଗାଡି ଯୋଗାଇ ଦେଇଥିଲେ। ଏଥିପାଇଁ ୩ଜଣ ଗାଡି ଚାଳକଙ୍କୁ ଦୈନିକ ୨୪୦ଟଙ୍କା ପାରିଶ୍ରମିକରେ ନିଯୁକ୍ତି ଦିଆଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅର୍ଥ ଭରଣା କରୁଥିଲେ। ୨୦୧୬ରେ ଏହି ଅର୍ଥ ଦିଆଯାଉଥିବାବେଳେ ସରକାର ଶ୍ରମଭିତ୍ତିକ ନିୟମ ସଂଶୋଧନ ହେବା ପରେ ଚାଳକଙ୍କୁ ଦୈନିକ ୩୪୦ଟଙ୍କା ପ୍ରଦାନ କରାଯାଉଛି। ପାରିଶ୍ରମିକ ବୃଦ୍ଧି ପାଇଁ ୩ଜଣ ଚାଳକ ଜିଲାପାଳଙ୍କଠାରୁ ଆରମ୍ଭକରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ୨୦୧୯ ଜୁଲାଇରେ ଅନୁଷ୍ଠିତ ବୈଠକରେ ଜିଲାପାଳ ୩ଜଣ ମହାପ୍ରୟାଣ ଚାଳକଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିମଧ୍ୟରେ ୨ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ମିଳିପାରିନାହିଁ। ପାରିଶ୍ରମିକ ମିଳୁନଥିବାରୁ ୩ଜଣ ଚାଳକ ଅତି ଦୟନୀୟଭାବେ କାଳାତିପାତ କରୁଛନ୍ତି। ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ଅକ୍ଟୋବରରୁ ସେମାନେ ଗାଡି ଚଳାଇବେ ନାହିଁ ବୋଲି ପ୍ରକାଶ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories