www.samajalive.in
Saturday, December 13, 2025
15.1 C
Bhubaneswar

‘ଦେଶବ୍ୟାପୀ ଲାଗୁ ହେବ ଏନ୍‌ଆର୍‌ସି’

ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ହିନ୍ଦୁସ୍ତାନ ମିଡିଆ ଗ୍ରୁପ ପକ୍ଷରୁ ଆୟୋଜିତ ‘ପୂର୍ବୋଦୟ ହିନ୍ଦୁସ୍ତାନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା ବୁଧବାର ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତରେ ବେଆଇନ ଭାବେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଠାବ କରିବା ଲାଗି ଏନଆରସିର ଆବଶ୍ୟକତା ରହିଛି। ଜଣେ ଭାରତୀୟ ଆମେରିକା, ବ୍ରିଟେନ, ରୁଷିଆରେ ବେଆଇନ ଭାବେ ରହିପାରିବ ନାହିଁ। ତେଣୁ ଅନ୍ୟ ଦେଶର ନାଗରିକ ଭାରତରେ ବେଆଇନ ଭାବେ କାହିଁକି ରହିବେ ବୋଲି ସେ ପ୍ରଶ୍ନ କରିବା ସହ ଏନଆରସିକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି। ଆସାମରେ ଏନଆରସି କାର୍ଯ୍ୟକାରୀ କରାଯାଇଛି। ଅଗଷ୍ଟ ୩୧ରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ତେଣୁ ସାରା ଦେଶର ନାଗରିକଙ୍କ ତାଲିକା ପ୍ରସ୍ତୁତ ହେବା ଦରକାର।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories