www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣରେ ଚଞ୍ଚକତା; ପୂରଣ ହୋଇନି ପାଞ୍ଚବର୍ଷ ଉଠିଗଲାଣି ପିଚୁ

ମୋହନା: ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ରାସ୍ତା ନିର୍ମାଣ ହେଉଛି । ଯାହାଫଳରେ ପାଞ୍ଚ ବର୍ଷ ନହେଉଣୁ ରାସ୍ତା ପାଲଟୁଛି ମରଣଜନ୍ତା । ରାସ୍ତାଟି କେଉଁଠି ଖାଲଖମା ହୋଇଥିବା ବେଳେ କେଉଁଠି ପିଚୁ ଉଠି ଗଲାଣି ତ କେଉଁଠି ରାସ୍ତା କଡ଼ ଧୋଇଗଲାଣି ।  ଆଉ ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡା ପଞ୍ଚାୟତ ଠାରୁ ବାଡେଗୁଡା ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରାୟ ୬ କିମି ପ୍ରଧାନମନ୍ତ୍ରୀ ସଡ଼କର ଅବସ୍ଥା । ଏହି ରାସ୍ତାକୁ କିଛି ବର୍ଷ ପୂର୍ବେ  ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିଲା ।

ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ଏମିତି ଯେ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହେବା ସହ ଆପଣାଛାଏଁ ପିଚୁ ଉଠିଗଲାଣି । ଅନେକ ସମୟରେ ଦୂର୍ଘଟଣା ଘଟି ଯାତୟାତ କରୁଥିବା ଲୋକେ ବିକାଶ ବଦଳରେ ବିନାଶ ଆଡ଼କୁ ଗତି କରୁଛନ୍ତି । ରାସ୍ତାଟି ହରଗୁଡା ଠାରୁ ଆରମ୍ଭ ହୋଇ ତୁଆଗଡା ଗାଁରେ ସମାପ୍ତ ହୋଇଥିଲେ ମଧ୍ୟ ରାସ୍ତା ଆରମ୍ଭରେ କି ଶେଷରେ ସୂଚନା ଫଳକ ନାହିଁ । ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିବା ସହ  ରାସ୍ତାର ପୁନଃ ମରାମତି କରିବା ପାଇଁ ଦାବି କରିଛନ୍ତି ପୂର୍ବତନ ସରପଞ୍ଚ ରମେଶ ମଳିକ, ମୁନା ମାଝି, ସୁରେଶ ଗମାଙ୍ଗ, ପ୍ରଶାନ୍ତ ମଳିକ ଓ ଅଞ୍ଚଳବାସୀ ।

- Advertisement -

ଅପରପକ୍ଷେ ଏହି ରାସ୍ତା ନିର୍ମାଣ ବେଳେ ରାସ୍ତାରୁ ବିଦ୍ୟୁତ୍ ଖୁଣ୍ଟକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ । ଶିମିଳି ଗାଁ ସ୍କୁଲ ନିକଟ ଏହି ରାସ୍ତା ମଝିରେ ଏବେବି ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଛି । ଫଳରେ ଅନେକ ସମୟରେ ବଡ଼ଗାଡି ଯିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଛି । ସେପଟେ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ରାସ୍ତାକୁ ୫ କୋଟି ୯୨ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ଅଟକଳରେ ଗଜେନ୍ଦ୍ର ପଣ୍ଡା ନାମକ ଜଣେ ଠିକାଦାର ୧୨/୦୯/୨୦୧୭ରେ ଆରମ୍ଭ କରି ୩୧/୦୭/୨୦୧୯ରେ ଶେଷ କରିଥିବା ଜଣାପଡିଛି । ତେବେ ଏହି ରାସ୍ତା ନିର୍ମାଣ ବେଳେ ଏଠାକୁ କୌଣସି ବିଭାଗୀୟ ଅଧିକାରୀ ଆସିନଥିବାରୁ ଠିକାଦାର ନିଜ ମନମୁତାବକ ଏମିତି ନିମ୍ନମାନର ରାସ୍ତା ନିର୍ମାଣ କରିଥିବା କହିଛନ୍ତି ଅଞ୍ଚଳବାସୀ ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories