www.samajalive.in
Saturday, December 6, 2025
19.1 C
Bhubaneswar

ମାର୍ଗଶୀରରେ ୫ଟି ଉପାୟ.. ପାଳନ କଲେ ହୁଏ ମନସ୍କାମନା ପୂରଣ

ଆଜି ୯ ନଭେମ୍ବର ବୁଧବାର । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଜି ଠାରୁ ମାର୍ଗଶୀର ମାସ ଆରମ୍ଭ । ଏହି ମାସର ପୂର୍ଣ୍ଣିମା ମୃଗଶିରା ନକ୍ଷତ୍ରରେ ହୋଇଥିବାରୁ ଏହି ମାସର ନାମ ମାର୍ଗଶୀର ବୋଲି ମାନ୍ୟତା ରହିଛି । ଏହି ମାସଟିରେ ମୁଖ୍ୟତଃ ମା’ଲକ୍ଷ୍ମୀଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କୁ ପୂଜାର୍ଚ୍ଚନା ଦ୍ୱାରା କୃପା ସହ ଧନସମ୍ପତ୍ତି, ସୁଖସମୃଦ୍ଧି ଆଦି ପ୍ରାପ୍ତି ହୋଇଥାଏ । ତେବେ ଏହି ମାସରେ ମା’ଲକ୍ଷ୍ମୀଙ୍କ ପୂଜା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କର ମଧ୍ୟ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।
ଯେଉଁଭଳି ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ସେଭଳି ମାର୍ଗଶୀର ମାସ ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ । ଏହି ମାସରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ ।
ପ୍ରଭୁଙ୍କ ବିଶେଷ କୃପା ପାଇଁ ନଦୀରେ ସ୍ନାନ କରିପାରିବେ । କିମ୍ବା ସ୍ନାନ ଜଳରେ ପୁଣ୍ୟ ନଦୀର ଜଳ ମିଶାଇ ସ୍ନାନ କରିପାରିବେ ।
ଏହି ମାସରେ ପ୍ରଭୁ ଶ୍ରୀକୃଷ୍ଣ ସାରା ସଂସାରକୁ ଗୀତାର ଉପଦେଶ ପ୍ରଦାନ କରିଥିଲେ । ତେଣୁ ଏହି ମାସରେ ଗୀତା ପାଠ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।
ଏହି ମାସରେ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କ ମନ୍ତ୍ରର ନିୟମିତ ଜପ କରନ୍ତୁ ।
ଏହି ମାସରେ ପ୍ରତ୍ୟେକ ଦିନ ସକାଳେ ସ୍ନାନ କରି ପୂଜାର୍ଚ୍ଚନା ସମୟରେ ଦୀପ ନିଶ୍ଚୟ ଲଗାନ୍ତୁ ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories