www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ମୋହନା ବ୍ଲକ ସମ୍ମିଳନୀ

ମୋହନା : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ହାଇସ୍କୁଲ ପରିସରରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଗୌଡଙ୍କ ସଭାପତିତ୍ଵରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅକାଳ ବିୟୋଗରେ ମୃତ୍ୟୁବରଣ କରିଥିବା କିଶ୍ଵର ଚନ୍ଦ୍ର ଦାଶଙ୍କ ଉଦ୍ଦେଶ୍ୟରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। । ସଂଘର ସମ୍ପାଦକ ସୌମ୍ୟରଞ୍ଜନ ଦାଶ ଓଷ୍ଠାର ବିଭିନ୍ନ କାର୍ୟ୍ୟକ୍ରମ ଓ ସଙ୍ଗଠନକୁ ସୁଦୃଢ କରିବାକୁ କର୍ମକର୍ତାଙ୍କୁ ନିବେଦନ କରିଥିଲେ। ଜିଲ୍ଲା କାର୍ୟ୍ୟକାରୀ ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ କର୍ମକର୍ତାମାନେ ଗତ ୪/୧୦ରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ସାକ୍ଷାତ କରି ଶିକ୍ଷକମାନଙ୍କର ସମସ୍ୟା ଓ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ଦରମା ସମ୍ପର୍କରେ ଆଲୋଚନା କରିଥିବା ଓ ଶିିଘ୍ର ଏହାର ସମାଧାନ କରାଯିବ ବୋଲି ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀପଣ୍ଡା ବୈଠକରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ବ୍ଲକରୁ କିଛି ନୂତନ କର୍ମକର୍ତ। ଚୟନ କରାଯାଇଥିଲା। ଶେଷରେ ଶିକ୍ଷକ ସଞ୍ଜିବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories