www.samajalive.in
Friday, December 5, 2025
17.1 C
Bhubaneswar

ମୋହନା ପଞ୍ଚାୟତ ସମିତି ବୈଠକ : ଅସମ୍ପୁର୍ଣ୍ଣ କାମ ଓ ଗ୍ରାମର ବିକାଶ ଉପରେ ଗୁରୁତ୍ୱ

ମୋହନା  :  ମୋହନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଳକ ଅଧ୍ୟକ୍ଷା ସୁକୀ ଶବରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ ଯୋଗଦେଇ ଦୁର୍ଗମ ଗ୍ରାମ ଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ଉନ୍ନତ ମାନର ରାସ୍ତା ନିର୍ମାଣ କରିବା, ଅଙ୍କାବଙ୍କା ରାସ୍ତାକୁ ସଳଖି କରଣ କରିବା, ଗାର୍ଡୱାଲ ନିର୍ମାଣ ଓ ଆମ କୃଷି ଯୋଜନାରେ କୃଷି କ୍ଷେତ୍ରକୁ ସମ୍ପ୍ରସାରଣକରି କୃଷକଙ୍କର ଉନ୍ନତି କଲେ ଜୀବନ ଜିବିକା ନିର୍ବାହ ହୋଇପାରିବ ବୋଲି ମତବ୍ୟକ୍ତି କରିଥିଲେ। ଗ୍ରାମାଞ୍ଚଳରେ ଜନଯୋଗାଣ ବ୍ୟବସ୍ଥା, ନୂତନ ପ୍ରକଳ୍ପ ନିର୍ମାଣ, ଗ୍ରୀଷ୍ମ ଦିନ ପୂର୍ବରୁ ସମସ୍ତ ଗ୍ରାମାଞ୍ଚଳରେ ଜନଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା, ସରକାରୀ ଆବାସ ଯୋଜନାକୁ ତ୍ୱରାନ୍ନିତ କରିବା, ଅଙ୍ଗନବାଡି କୋଠା ନିର୍ମାଣ, ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ କକ୍ଷ ନିର୍ମାଣ ଆଦି କାମ ଗୁଡିକୁ ନିର୍ଦ୍ଧାରିତ ସମୟରେ ସମ୍ପୁର୍ଣ୍ଣ କରିବା ସହ ୫ଟି ଓ ମୋ ସରକାର ଯୋଜନାରେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ଉପସ୍ଥିତ ଥିବା ସମିତି ବୈଠକରେ ୩୯ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବ୍ଳକ ଉପଧ୍ୟକ୍ଷା ବାଲମିନା ଅଧିକାରୀ ଉପସ୍ଥିତ ଥିବା ବେଳେ ଜିପିଇଓ ନରସିଂହ ମାଣ୍ଡାଙ୍ଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories