www.samajalive.in
Saturday, December 6, 2025
16.1 C
Bhubaneswar

ମୋହନାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପ୍ରଶାସନ ନିରବ ଦ୍ରଷ୍ଟା

ମୋହନ : ସ୍ଥାନୀୟ ବଜାର ସମେତ ବହୁ ସାହି ଓ ଗଳିକନ୍ଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ମୋହନା ବ୍ଲକର ୩୯ଟି ପଞ୍ଚାୟତର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ଗ୍ରାମର ଲୋକେ ଏଠାକୁ ବିଭିନ୍ନ ସରକାରୀ ଓ ବେସରକାରୀ କାମରେ ହଜାର ହଜାର ସଂଖ୍ୟାରେ ଲୋକେ ଆସିଥାନ୍ତି । କିନ୍ତୁ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ପରିବା ଦୋକାନ, ଚା ଦୋକାନରୁ ବାହାରୁଥିବା କୃଢ଼କୃଢ଼ ମଇଳା ସାହି ଗୁଡ଼ିକର ଆରମ୍ଭ ଓ ଶେଷ ଭାଗରେ ଜମା ହୋଇ ପରିବେଶକୁ ଗନ୍ଧମୟ କରୁଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘବର୍ଷ ଧରି ନିର୍ମିତ ଡ୍ରେନ ଗୁଡ଼ିକ ମରାମତି ଅଭାବରୁ ଅବସ୍ଥା ଶୋଚନୀୟ ହୋଇପଡିଛି । ମଝିରେ ମଝିରେ ଡ୍ରେନର କାନ୍ଥ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅଳିଆ ଆବର୍ଜନା ଓ ପଲିଥିନ ଜରିରେ ପୋତି ହୋଇ ମଇଳା ଜଳ ଠିକ୍ ଭାବେ ନିଷ୍କାସନ ହୋଇ ପାରୁନାହିଁ। ସେହିଭଳି ମୋହନାର ବିଭିନ୍ନ ସାହିକୁ ସଂଯୋଗ କରୁଥିବା ତ୍ରେନଗୁଡିକ ନଷ୍ଟ ହେବ। ସାଙ୍ଗକୁ ଅଳିଆ ଆବର୍ଜନାରେ ସଂପୂର୍ଣ୍ଣ ପୋତି ହୋଇ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏପରିକି ସାମାନ୍ୟ ବର୍ଷାରେ ନାଳ ନିର୍ଦ୍ଧମାର ଦୂଷିତ ଜଳ ଘରେ ମଧ୍ୟ ପଶୁଛି । ସ୍ଥାନୀୟ ବାସିନ୍ଦାଙ୍କ ସଚେତନତାର ଅଭାବ ଓ କିଛି ବେପାରୀ ଜାଣିଶୁଣି ଡ୍ରେନରେ ପଲିଥିନ ଓ ଅନ୍ୟାନ୍ୟ ମଇଳା ପକାଇ ପୋତି ଦେଉଥିବା ଅଭିଯୋଗ ହେଉଛି । ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇଥିଲେ ହେଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ କି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସରକାରଙ୍କ ତରଫରୁ ପ୍ରତିବର୍ଷ ଗ୍ରାମ ସଫେଇ ଓ ସ୍ଵରେଜ ବ୍ୟବସ୍ଥା ପାଇଁ ପଞ୍ଚାୟତ ଓ ଅଙ୍ଗନାବାଡ଼ି କେନ୍ଦ୍ର ମାଧ୍ୟମରେ ଗ୍ରାମ୍ୟ କଲ୍ୟାଣ ସମିତିକୁ ମିଳୁଥିବା ଅର୍ଥ ବାଟମାରଣା ହେବା ଫଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯିବାକୁ ବୃଦ୍ଧିଜୀବୀ ମହଳରେ ମତପ୍ରକାଶ ପାଇଛି ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories