ନୂଆଦିଲ୍ଲୀ : ଜୁନ ୨୨ରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ମୋଦୀ ସମ୍ବୋଧିତ କରିବେ। ଆମେରିକା କଂଗ୍ରେସର ଉଭୟ ଗୃହ, ଲୋକସଭା ଏବଂ ସିନେଟ ତାଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଆମେରିକା ଯାଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ମୋଦୀଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେ ଐତିହାସିକ ହେବାକୁ ଯାଉଛି। ମୋଦୀ ଏହି ଗସ୍ତ ସମୟରେ ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସହିତ ସେ ହ୍ବାଇଟ ହାଉସରେ ଆୟୋଜିତ ଏକ ସ୍ବତନ୍ତ୍ର ରାତ୍ରୀ ଭୋଜନରେ ଯୋଗଦେବେ। ଏଠାରେ ଜୋ ବାଇଡେନ ଡେନ ଏବଂ ଜିଲ ବାଇଡେନ ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଅନେକ ଗୁଡ଼ିଏ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Popular Categories



