www.samajalive.in
Saturday, December 6, 2025
19.1 C
Bhubaneswar

ଯୁବବନ୍ଧୁଙ୍କୁ ଇସ୍ରୋର ୟୁବିକା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଧାନବାଦ ବାସିନ୍ଦା ପାରସଙ୍କ ଅନୁରୋଧ ରକ୍ଷା କରି ଇସ୍ରୋର ୟୁବିକା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଯୁବବର୍ଗଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ୟୁବିକା ଇସ୍ରୋର ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା। ୨୦୧୯ରେ ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା। ୟୁବିକାର ଅର୍ଥ ହେଲା “ ଯୁବା ବିଜ୍ଞାନୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆମର ଭିଜନ୍‍ “ ଜୟ ଯବାନ୍‍, ଜୟ କିଷାନ୍‍, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର
ଅନୁରୂପ।

ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ନିଜ ପରୀକ୍ଷା ପରେ ଛୁଟିରେ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ଯାଇ ସ୍ପେସ୍‍ ଟେକ୍ନୋଲୋଜି, ସ୍ପେସ୍‍ ସାଇନ୍ସ ଏବଂ ସ୍ପେସ୍‍ ଆପ୍ଲିକେଶନ୍‍ ବିଷୟରେ ଶିକ୍ଷାଲାଭ କରନ୍ତି। ଏ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ଏହି ତାଲିମ କିଭଳି, କେଉଁ ପ୍ରକାରର ଏବଂ କେତେ ରୋମାଞ୍ଚକର ତେବେ ଯେଉଁମାନେ ଗତଥର ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ଅନୁଭୂତି ନିଶ୍ଚୟ ପଢିବାକୁ ମୋଦୀ କହିଛନ୍ତି। ଯଦି ଆପଣ ନିଜେ ଏଥିରେ ଭାଗନେବାକୁ ଚାହୁଁଛନ୍ତି, ତାହେଲେ ଇସ୍ରୋ ସହ ସଂଲଗ୍ନ ୟୁବିକାର ୱେବସାଇଟକୁ ଯାଇ ନିଜ ନାମ ମଧ୍ୟ ପଞ୍ଜିକୃତ କରାଇପାରନ୍ତି ବୋଲି ସେ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories