www.samajalive.in
Monday, December 8, 2025
24.1 C
Bhubaneswar

ସମୟର ଗୁରୁତ୍ୱକୁ ଆକଳନ କରିନଥିଲେ ତତ୍କାଳୀନ ସରକାର – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ପୂର୍ବ ସରକାରଗୁଡିକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ସମୟର ମୂଲ୍ୟ ଆକଳନ କରିପାରି ନଥିଲେ ତେଣୁ ଏବେର ସରକାର ସେହି ସମୟର ଆବଶ୍ୟକତାକୁ ଏବେ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ବହୁମୁଖୀ ପାଇପଲାଇନ ପ୍ରକଳ୍ପ ଉଦଘାଟନ କରିବା ପରେ କହିଛନ୍ତି ଯେ ପୂର୍ବରୁ ସରକାର ସମୟର ମହତ୍ୱ ବୁଝିପାରି ନଥିଲେ। ସେମାନଙ୍କ ପାଇଁ ଉତ୍ତରପ୍ରଦେଶର ବିକାଶ ପ୍ରାଥମିକତା ନୁହେଁ କି ଉତ୍ତରପ୍ରଦେଶ ଲୋକଙ୍କ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନାହିଁବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବ ସରକାରଗୁଡିକ କିଭଳି ଅଣ-ମହାନଗରଗୁଡିକୁ ଅଣଦେଖା କରିଥିଲେ, ସେ ବିଷୟରେ କହିଥିଲେ। ସେ କହିଥିଲେ ଯେ ଏବେ ସେବେର ସରକାର ଓ ଏବେର ସରକାର ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ମୋଦୀ କହିଥିଲେ, ଆମ ସରକାର ଅଣ-ମହାନଗରଗୁଡିକର ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଥିରେ ବିଦ୍ୟୁତ୍, ଜଳ ଯୋଗାଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ବିଷୟକୁ ଅଗ୍ରାଧିକାର ଦିଆଯାଇଛି।

- Advertisement -

ପୂର୍ବର ସରକାରଗୁଡିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବ ସରକାରଗୁଡିକର ମାନସିକତା ଥିଲା ଯେ ସେମାନେ କେବଳ ୫ ବର୍ଷ ପାଇଁ ଲଟେରୀ ପାଇଛନ୍ତି ତେଣୁ ଯେତେ ସମ୍ଭବ ଲୋକଙ୍କୁ ଲୁଟିବା। ଆମ ସରକାର ‘ସବକା ସାଥ୍, ସବକା ବିକାଶ’ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସମାଜବାଦୀ ପାର୍ଟି ସହ ଜଡିତ ବ୍ୟବସାୟୀ ପୀୟୁଷ ଜୈନଙ୍କ ଉପରେ ଆଇଟି ଚଢ଼ାଉ ନେଇ ମୋଦୀ କହିଛନ୍ତି, ସମଗ୍ର ଉତ୍ତରପ୍ରଦେଶରେ ଦୁର୍ନୀତି ବ୍ୟାପିବାରେ ଲାଗିଛି।

କାନପୁର ମେଟ୍ରୋ ରେଳ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବରୁ ୟୁପିରେ ୯ କିଲୋମିଟର ଓ ୨୦୧୪-୧୭ ମଧ୍ୟରେ ୧୮ କିଲୋମିଟର ମେଟ୍ରୋ ଥିଲା। ବର୍ତ୍ତମାନ କାନପୁର ମେଟ୍ରୋର ଲମ୍ବ ୯୦ କିଲୋମିଟରରୁ ଅଧିକ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories