www.samajalive.in
Wednesday, December 10, 2025
18.1 C
Bhubaneswar

ଅନିଶ୍ଚିତତା ମଧ୍ୟରେ ସୀମାନ୍ତରେ ଦୃଢ଼ ଭିତ୍ତିଭୂମି ଜରୁରୀ: ରାଜନାଥ

ଆଜିର ଅନିଶ୍ଚିତତା ସମୟରେ ଦେଶର ସୀମାନ୍ତ ଅଞ୍ଚଳରେ ଦୃଢ଼ ଭିତ୍ତିଭୂମି ଜରୁରୀ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ମଙ୍ଗଳବାର ଦିନ ୪ଟି ରାଜ୍ୟ ତଥା ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ସଡକ ସଂଗଠନ ଦ୍ୱାରା ନିର୍ମିତ ୨୪ଟି ପୋଲ ଏବଂ ୩ଟି ସଡ଼କକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ସେ ଏହା କହିଛନ୍ତି।

ଲୋକାର୍ପଣ ହୋଇଥିବା ୨୪ଟି ସେତୁ ମଧ୍ୟରୁ ୯ଟି ଜାମ୍ମୁ କାଶ୍ମୀରରେ, ୫ଟି ଲଦାଖ ଏବଂ ହିମାଚଳ ପ୍ରଦେଶରେ, ୩ଟି ଉତ୍ତରାଖଣ୍ଡରେ ଏବଂ ଗୋଟିଏ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ଅଛି। ୩ଟି ସଡକ ମଧ୍ୟରୁ ୨ଟି ଲଦାଖରେ ଏବଂ ଗୋଟିଏ ପଶ୍ଚିମବଙ୍ଗରେ ରହିଛି।

- Advertisement -

ନୂଆଦିଲ୍ଲୀରୁ ଆଭାସୀ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସିଂହ କହିଛନ୍ତି, ସଠିକ୍ ଭିତ୍ତିଭୂମି ବିକାଶ ବିନା ଏହା ସମ୍ଭବ ନୁହେଁ। ରାଜନାଥ କହିଛନ୍ତି, ସୀମା ସଡକ ସଂଗଠନ ଅତ୍ୟଧିକ ଉତ୍ସର୍ଗୀକୃତ ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଛି। ଆଜିର ଅନିଶ୍ଚିତ ସମୟରେ ସୀମାନ୍ତ ଅଞ୍ଚଳରେ ଦୃଢ଼ ଭିତ୍ତିଭୂମି ଜରୁରୀ ଅଟେ। ଆମର ସୀମା ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଆଗକୁ ବଢୁଥିବା ବେଳେ ଆମକୁ ଆମର ସୁରକ୍ଷା ଯାଞ୍ଚ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ପଡିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଅନୁପ୍ରବେଶ, ବେଆଇନ ବାଣିଜ୍ୟ ତଥା ଚୋରା ଚାଲାଣ ଇତ୍ୟାଦି ସମସ୍ୟା ସୀମାନ୍ତ ଅଞ୍ଚଳରେ ରହିଆସିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ବିସ୍ତୃତ ସମନ୍ବିତ ସୀମା ପରିଚାଳନା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଦେଶର ଉତ୍ତର ଏବଂ ପୂର୍ବ ସୀମାରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡିକରେ ଏହି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇଥିଲା। ଏହାର ମୁଖ୍ୟ ଆକର୍ଷଣ ଥିଲା ଭାରତର ପ୍ରଥମ ସ୍ୱଦେଶୀ ଶ୍ରେଣୀ ୭୦/୧୪୦ ଫୁଟ ଡବଲ୍ ଲେନ୍ ମଡ୍ୟୁଲାର୍ ବ୍ରିଜ୍।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories