www.samajalive.in
Saturday, December 6, 2025
16.1 C
Bhubaneswar

ଦେଶକୁ ମଜବୁର ସରକାର ନୁହେଁ ମଜବୁତ ସରକାର ଆବଶ୍ୟକ

ନୂଆଦିଲ୍ଳୀ: ଦେଶବାସୀଙ୍କୁ ମଜବୁର(ବାଧ୍ୟବାଧକତା) ସରକାର ନୁହେଁ ମଜବୁତ(ଶକ୍ତିଶାଳୀ) ସରକାର ଆବଶ୍ୟକ। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ମୋଦୀ କହିଲେ ଯେ ୧୦ ବର୍ଷର ଶାସନ କାଳ ମଧ୍ୟରେ କଂଗ୍ରେସ ଦେଶକୁ ଅନ୍ଧାକାର ଭିତରକୁ ଠେଲି ଦେଇଥିଲା। କେବଳ ଦୁର୍ନୀତି ଓ ଘୋଟାଲାରେ ଭାରତ ତାର ମହତ୍ତ୍ୱପୂର୍ଣ୍ଣ ୧୦ ବର୍ଷ ହରାଇଛି। ନିଜ କର୍ମରେ ଭୟଭୀତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସରକାର ସିବିଆଇକୁ ବାରଣ କରିଛନ୍ତି। ଆଗାମୀ ଦିନରେ ସେମାନେ ପୁଲିସ, ସେନା, ସୁପ୍ରିମକୋର୍ଟ, ସିଏଜି ଓ ନିର୍ବାଚନ କମିଶନ୍‍ଙ୍କୁ ମଧ୍ୟ ବାରଣ କରିପାରନ୍ତି। ୨୦୦୭ରେ ଜଣେ କଂଗ୍ରେସ ମନ୍ତ୍ରୀ କହିଥିଲେ ଯେ ମୋଦୀ ଓ ଶାହା ଜେଲ୍‍ ଯିବେ। କିନ୍ତୁ ଗୁଜରାଟରେ ସିବିଆଇକୁ ବାରଣ କରାଯାଇନଥିଲା। କାରଣ ଦେଶର ଆଇନ କାନୁନ ଉପରେ ତାଙ୍କର ଭରସା ଥିଲା। ଅଯୋଧ୍ୟା ମାମଲାକୁ କଂଗ୍ରେସ ସରକାର ଅମଳରେ ସୁପ୍ରିମକୋର୍ଟରେ ବିଳମ୍ବିତ କରାଯାଇଥିଲା। କଂଗ୍ରେସ ଅମଳରେ ଦୁଇ ପ୍ରକାର ଋଣ ସୁବିଧା ଉପଲବ୍ଧ ଥିଲା। ଗୋଟିଏ ସାଧାରଣ ପ୍ରକ୍ରିୟା ଓ ଅନ୍ୟଟି କଂଗ୍ରେସ ପ୍ରକ୍ରିୟା। ବିଗତ ୬୦ ବର୍ଷ ଭିତରେ ବ୍ୟାଙ୍କମାନେ ମୋଟ ୧୮ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ବେଳେ ବିଗତ ୬ ବର୍ଷ ଭିତରେ ୩୪ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରିଛନ୍ତି। କଂଗ୍ରେସର ଚାପରେ ଦୁର୍ନୀତିଖୋରମାନଙ୍କୁ ଋଣ ଦେବାକୁ ବ୍ୟାଙ୍କ ବାଧ୍ୟ ହୋଇଛନ୍ତି। ଚୌକିଦାର କେବେ ବି ଚୁପ୍‍ ବସିବନି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ କଂଗ୍ରେସ ଭୟଭୀତ ହୋଇଛି। କିନ୍ତୁ କାହାକୁ ଛଡ଼ା ଯିବନି। ଏହା ଆରମ୍ଭ ମାତ୍ର। ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିଥିବା ଦଳ ବିରୋଧରେ ଅତୀତରେ ଦୁର୍ନୀତି ହୋଇଛି। କିନ୍ତୁ ବିଜେପି ଅମଳରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ନାହିଁ।
ଏନ୍‍ଡିଏ ଅମଳରେ ହୋଇଥବା ବିକାଶ ସମ୍ପର୍କରେ ଆଲୋକପାତ କରି ମୋଦୀ କହିଲେ ଯେ ‘ବେଟି ବଚାଓ ବେଟି ପଢ଼ାଓ’କୁ ବିରୋଧୀ ମାନେ କଟାକ୍ଷ କରୁଛନ୍ତି। କିନ୍ତୁ ଏହା ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଅନ୍ନଦାତା(କୃଷକ)ଙ୍କୁ ପୂର୍ବର କଂଗ୍ରେସ ସରକାର ଭୋଟଦାତା ଭାବରେ ବିବେଚନା କରୁଥିଲେ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଏନଡିଏ ଅମଳରେ ଦିନ ରାତି ପ୍ରୟାସ କରାଯାଉଛି। ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦% ସଂରକ୍ଷଣ ନୂଆ ଭାରତ ଗଠନରେ ଆତ୍ମପ୍ରତ୍ୟୟ ବଢ଼ିଛି।
କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ କହିଲେ, ରାଫେଲ୍‍ ଡିଲ୍‍ରେ ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। କଂଗ୍ରେସର ଶେହେଜାଦା, ବେଙ୍ଗଲର ଦିଦି, ଆନ୍ଧ୍ରପ୍ରଦେଶର ବାବୁ, ଉତ୍ତରପ୍ରଦେଶର ବେହେନ୍‍ଜିଙ୍କ ଅସଲ ରୂପ ନିର୍ବାଚନ ପରେ ସାମ୍‍ନାକୁ ଆସିବ। ଏତଦ୍‍ବ୍ୟତୀତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ପ୍ରମୁଖ କଂଗ୍ରେସ ଅମଳରେ ହୋଇଥିବା ବିିଭିନ୍ନ ଦୁର୍ନୀତି ଓ ଏନ୍‍ଡିଏ ଅମଳରେ ହୋଇଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories