www.samajalive.in
Friday, December 5, 2025
26.1 C
Bhubaneswar

୩ ସେନା ମୁଖ୍ୟଙ୍କ ସହ ମୋଦୀଙ୍କ ବଡ ବୈଠକ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅସ୍ତ୍ର ବିରତି ପରେ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ସିଡିଏସ୍ ଅନୀଲ ଚୌହାନ୍ , ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍  ପ୍ରମୂଖ ସାମିଲ ହୋଇଛନ୍ତି। ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପରେ ସୀମାରେ ଏବେ କିଛି ମାତ୍ରାରେ ଶାନ୍ତି ଫେରୁଛି। କାଲି ସନ୍ଧ୍ୟା ସମୟରେ ଅସ୍ତ୍ର ବିରତି ହୋଇଥିଲା। ଏହାର ଠିକ୍ ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା। ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ଚୁକ୍ତି ଭିତରେ ବି କଟକଣା ଜାରି ରହିବ। ବ୍ୟବସାୟୀକ ସମ୍ପର୍କ ବନ୍ଦ ରହିବ। ଦୂତାବାସ ରାଜନୀତିଜ୍ଞଙ୍କୁ ଫେରାଇ ଅଣାଯିବନାହିଁ। ପାକିସ୍ତାନ ଉପରେ ଆର୍ଥିକ କ୍ଷେତ୍ରରେ ଲଗାଯାଇଥିବା ପ୍ରତିବନ୍ଧକ ଜାରି ରହିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories