www.samajalive.in
Friday, December 12, 2025
15.1 C
Bhubaneswar

ଆଜି ମୋଦୀ କ୍ୟାବିନେଟର ପ୍ରଥମ ବୈଠକ; ତିନି ତଲାକ ବିଧେୟକକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକ ବୁଧବାର ଅନୁଷ୍ଠିତ ହେବ। ତେବେ ଏହି ବୈଠକରେ ବହୁ ଚର୍ଚ୍ଚିତ ତିନି ତଲାକ ବିଧେୟକ ବା ବିଲ୍‌କୁ ମଞ୍ଜୁରୀ ମିଳିପାରେ ବୋଲି କ୍ୟାବିନେଟ ସହିତ ଜଡ଼ିତ ସୂତ୍ରରୁ ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ନିଜ ପୂର୍ବ କାର୍ଯ୍ୟକାଳ ସମୟରେ ତିନି ତଲାକ ବିଲ୍‌ ଆଗତ କରିଥିଲା। କିନ୍ତୁ ଲୋକସଭାରେ ମଞ୍ଜୁରୀ ମଳିବା ସତ୍ବେ ରାଜ୍ୟସଭାରେ ଏହା ପାରିତ ହୋଇପାରି ନ ଥିଲା। ଏହି କାରଣରୁ ଷୋଡ଼ଶ ଲୋକସଭା ଶେଷ ହେବା ସହିତ ବିଲ୍‌ ବି ଶେଷ ହୋଇଯାଇଥିଲା। ଯଦି ବୁଧବାର କେନ୍ଦ୍ରୀୟ କ୍ୟାବିନେଟ ତିନି ତଲାକ ବିଧେୟକଙ୍କୁ ମଞ୍ଜୁରୀ ଦେଇଦିଏ, ତେବେ ଏହାକୁ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ଆଗତ କରାଯିବ। ବିଜେପିର ପୂର୍ଣ୍ଣ ବହୁମତ ଥିବାରୁ ଏହାକୁ ସଂସଦରେ କେହି ଅଟକାଇ ପାରିବେ ନାହିଁ। ତେବେ ପୂର୍ବଥର ରାଜ୍ୟ ସଭାରେ ବିଜେପିର ପର୍ଯ୍ୟାପ୍ତ ବହୁମତ ନ ଥିବା କାରଣରୁ ବିରୋଧୀମାନେ ଏହି ବିଧେୟକକୁ ରୋକିବାରେ ସଫଳ ହୋଇଯାଇଥିଲେ। ମାତ୍ର ଏଥର ଏହି ବିଧେୟକ ରାଜ୍ୟସଭାରେ ପାରିତ ହେବା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories