www.samajalive.in
Saturday, December 6, 2025
19.1 C
Bhubaneswar

ମୁଁ ଜିତେ କି ନାହିଁ, ଗଣତନ୍ତ୍ରର ବିଜୟ ହେବା ଉଚିତ: ମୋଦୀ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଏକ ନିର୍ବାଚନୀ ସଭାରେ ଦଳୀୟ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ବାରାଣସୀରେ ଆୟୋଜିତ ଏହି ସଭାରେ ମୋଦୀ କହିଥିଲେ, ଦେଶରେ ତାଙ୍କ ସମର୍ଥକଙ୍କ ଲହର ଦେଖିବାକୁ ମିଳୁଛି। ମୋଦୀ ନିର୍ବାଚନରେ ଜିତୁ କି ନ ଜିତୁ, କିନ୍ତୁ ଗଣତନ୍ତ୍ରର ବିଜୟ ହେଉ।

ହର୍‌ ହର୍‌ ମହାଦେବ କହି ମୋଦୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଲୋକମାନେ ମନସ୍ଥ କରିସାରିଛନ୍ତି। ସେମାନେ ପୁଣି ଥରେ ମୋଦୀ ସରକାର ଚାହୁଁଛନ୍ତି। ତେଣୁ ପୂର୍ବରୁ ଥିବା ସବୁ ଭୋଟିଂ ରେକର୍ଡକୁ ପଛରେ ପକାଇ ଏଥର ଯେପରି ସର୍ବାଧିକ ମତଦାନ ହେବ ସେ ଦିଗରେ କାମ କରିବାକୁ କର୍ମୀମାନଙ୍କୁ କହିଛନ୍ତି। ମୋଦୀ କହିଥିଲେ, ମୁଁ ଜିତେ କି ନ ଜିତେ, ଗଣତନ୍ତ୍ରର ବିଜୟ ହେବା ଉଚିତ। କୌଣସି ବୁଥରେ ଯେପରି ବିଜେପି ପତାକା ତଳକୁ ଖସିବ ନାହିଁ ତାହା ନିଶ୍ଚିତ କରିବାକୁ କର୍ମୀମାନଙ୍କୁ କହିଥିଲେ। ଏହା ସହ ମୋଦୀ ନିଜର ଅତୀତକୁ ମନେପକାଇ କହିଥିଲେ, ମୁଁ ମଧ୍ୟ ଜଣେ ବୁଥସ୍ତରୀୟ କର୍ମୀ ଥିଲା। ମୁଁ ବି ବୁଲି ବୁଲି କାନ୍ଥବାଡ଼ରେ ଦଳୀୟ ପୋଷ୍ଟର  ଲଗାଇଛି। ତେଣୁ କର୍ମୀମାନେ ହେଉଛନ୍ତି ଦଳର ବାସ୍ତବ ପ୍ରାର୍ଥୀ ବୋଲି ସେ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ବାରାଣସୀ ଲୋକସଭାରେ ମୋଦୀଙ୍କ ବିରୋଧରେ କଂଗ୍ରେସ ଅଜୟ ରାୟ ଏବଂ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories