www.samajalive.in
Saturday, December 6, 2025
19.1 C
Bhubaneswar

କନେକ୍ଟିଭିଟି ଓ ବିକାଶକୁ ଗୁରୁତ୍ୱ

ବଲାଙ୍ଗୀର: ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କନେକ୍ଟିଭିଟି ଜରିଆରେ ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଗତ ବାରିପଦା ଗସ୍ତ ବେଳେ ମଧ୍ୟ ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଶାବାସୀଙ୍କୁ ମକର ସଂକ୍ରାନ୍ତି ଓ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ୧୫୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଏହି ସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ଓ କନେକ୍ଟିଭିଟି(ଯୋଗାଯୋଗ) ସହିତ ଜଡ଼ିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ ଓ ଶିଳାନ୍ୟାସ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ତାଲିକା ଦେଇଥିଲେ। ଏହିସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଗତ ତିନି ସପ୍ତାହ ମଧ୍ୟରେ ଓଡ଼ିଶାକୁ ତୃତୀୟ ଗସ୍ତ ପାଇଁ ଆନନ୍ଦ ବ୍ୟକ୍ତି କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଓଡ଼ିଶା ବିପୁଳ ପ୍ରାକୃତିକ ସମ୍ପଦର ଗନ୍ତାଘର। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏଠାରେ ବିପୁଳ ସୁଯୋଗ ରହିଛି। ତେଣୁ ବିଗତ କିଛି ଦିନ ହେଲା ଓଡ଼ିଶାର ବିକାଶ ବିଶେଷକରି ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଓଡ଼ିଶାର ବିଭିନ୍ନ ଧାର୍ମିକ ସ୍ଥଳ, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାକୁ ମଧ୍ୟଭାରତ ସହିତ ଯୋଡ଼ିବା ପାଇଁ ଏହାର ଗୁରୁତ୍ୱ ବହୁ ଅଧିକ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତିର ବିପୁଳ ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ବିକାଶ ପାଇଁ କନେକ୍ଟିଭିଟିକୁ ପ୍ରାଧାନ୍ୟ ଦିଆଯାଇଛି। ଟ୍ରେନ୍‍ ଲାଇନ୍‍ ଓ ସଡ଼କ ପଥରୁ ଆରମ୍ଭ କରି ପାସ୍‍ପୋର୍ଟ କେନ୍ଦ୍ର ପର୍ଯ୍ୟନ୍ତ ଏହି ଉଦ୍ୟମର ଅଂଶବିଶେଷ। ଏହାଦ୍ୱାରା ଓଡ଼ିଶାର ଜନସାଧାରଣଙ୍କ ସମେତ କୃଷି ଓ ବାଣିଜ୍ୟର ବିକାଶ ସାଧିତ ହୋଇପାରିବ। ବାଣିଜ୍ୟର ବିକାଶ ହେଲେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories