www.samajalive.in
Saturday, December 6, 2025
26.1 C
Bhubaneswar

୧୫୫୦କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗୀର : ରେଳ ଷ୍ଟେସନ ନିକଟସ୍ଥ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ୧୫୫୦କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରଥମେ ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂଆ ରେଳପଥର ଲୋକାର୍ପଣ କରିଛନ୍ତି। ବଲାଙ୍ଗୀର-ବିଛୁପାଲି ନୂତନ ରେଳ ଲାଇନ ଉପରେ ସବୁଜ ପତାକା ଦେଖାଇ ନୂଆ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହାସହ ରାୟଗଡ଼ାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରିବା ସହ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀର ଠାରେ ୬ଟି ନୂଆ ପାସପୋର୍ଟ ସେବା କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି।

ଏହାସହ ଝାରସୁଗୁଡ଼ାଠାରେ ମଲ୍ଟି ମୋଡ଼ାଲ ଲଜିଷ୍ଟିକ୍ସ ପାର୍କ, ଝାରସୁଗୁଡା-ବିଜୟନଗରମ୍ ଏବଂ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦ୍ୟୁତୀକରଣ, ବରପାଲୀ-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରୋଡ ରେଳ ଲାଇନର ଦୋହରୀକରଣ, ଥେରୁବାଲି-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ୫୮୮ନମ୍ବର ବ୍ରିଜକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories