କେଉଁ ସମୟରେ ମୋବାଇଲ ବ୍ୟବହାର ଉଚିତ ନୁହେଁ

0

ନୂଆଦିଲ୍ଲୀ: ବିଶ୍ୱର କୋଟିଏରୁ ଊଦ୍ଧ୍ୱର୍ ଲୋକ ଦିନରେ ୧୫୦ରୁ ଅଧିକ ଥର ନିଜ ମୋବାଇଲ ଫୋନର ବ୍ୟବହାର କରିଥାନ୍ତି।ତେବେ କ’ଣ ପାଇଁ ଲୋକମାନେ ଦିନରେ ସବୁଠାରୁ ବେଶୀ ସମୟ ମୋବାଇଲ ସହ ବିତାଇ ଥାନ୍ତି? କାରଣ ଯାହା ହେଉ ନା’ କାହିଁଁକି ମୋବାଇଲ ନିଶା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପଡ଼ିବାର ସମ୍ଭାବନା ରହିଛି।
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଦିନର କେତେକ ସମୟରେ ମୋବାଇଲର ବ୍ୟବହାର ଦୈନନ୍ଦିନ ଜୀବନରେ ବ୍ୟାପକ ପ୍ରଭାବ ପକାଇ ଥାଏ। ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ନିଦରୁ ଉଠିବା ପରେ ତୁରନ୍ତ ମୋବାଇଲର ବ୍ୟବହାର ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇ ଥାଏ। ସାଧାରଣତଃ ସକାଳେ ନିଦରୁ ଉଠିବା ପରେ ବ୍ୟକ୍ତିର ମନ ପ୍ରଫୁଲ୍ଲ ରହିଥାଏ। ଏହି ସମୟରେ ମୋବାଇଲର ବ୍ୟବହାର ବ୍ୟକ୍ତିଙ୍କୁ ଖୁସିରୁ ଦୂରେଇ ଦେଇଥାଏ।
ସେହିପରି କାର୍ଯ୍ୟ ପୂର୍ବରୁ ମୋବାଇଲର ବ୍ୟବହାର ଉକ୍ତ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ମୋବାଇଲର ବ୍ୟବହାର ବ୍ୟକ୍ତିର କାର୍ଯ୍ୟକ୍ଷମତାକୁ ସଙ୍କୁଚିତ କରିଥାଏ। ଏକାଧିକ ଗବେଷଣାରୁ ଏହା ପ୍ରମାଣିତ ଯେ, ଅତ୍ୟଧିକ ମୋବାଇଲର ବ୍ୟବହାର ଫଳରେ କାର୍ଯ୍ୟ ପ୍ରାରମ୍ଭରେ ମସ୍ତିଷ୍କକୁ ଆବଶ୍ୟକ ହେଉଥିବା ଏକାଗ୍ରତା ପ୍ରଭାବିତ ହୋଇଥାଏ। ଗବେଷକଙ୍କ ମତ ଅନୁଯାୟୀ ଯେତେବେଳେ ଜଣେ କାର୍ଯ୍ୟ କରେ ସେ ସେହି କାର୍ଯ୍ୟ ମଧ୍ୟରେ ମନନିବେଶ କରିଥାଏ। ଏହି ସମୟରେ ମୋବାଇଲର ରିଂଟୋନ, ମ୍ୟାସେଜ ଟୋନ ବ୍ୟକ୍ତିର ମନକୁ ଉଦଭ୍ରାନ୍ତ କରିଥାଏ।
ସେହିପରି ପାଠ ପଢିବା ସମୟରେ ମଧ୍ୟ ମୋବାଇଲର ବ୍ୟବହାର ଶରୀର ଓ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। କୌଣସି ବିଷୟରେ ପଢୁଥିବାବେଳେ ମନ ଉକ୍ତ ଆଲେଖ୍ୟ ଭିତରେ ସମ୍ପୂର୍ଣ୍ଣ ମଜ୍ଜି ଯାଇଥାଏ। ଏଭଳି ସମୟରେ ମୋବାଇଲର ରିଂ-ଟୋନ ଏକାଗ୍ରତାକୁ ବିଚଳିତ କରିଥାଏ।
ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର ନିଦର ମାତ୍ରା ଓ ପରିମାଣକୁ ପ୍ରଭାବିତ କରିଥାଏ। ମୋବାଇଲ ସ୍କ୍ରିନରୁ ନିର୍ଗତ ଆଲୋକ ସ୍ଲିପ ହର୍ମୋନ ମିଲାଟୋନିନ ବିଚଳିତ ହୋଇଥାଏ। ତେଣୁ ସୁନିଦ୍ରା ପାଇଁ ଶୋଇବାର ଅଧଘଣ୍ଟା ପୂର୍ବରୁ ମୋବାଇଲ ବ୍ୟବହାରରୁ ନିବୃତ ରହିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

Leave A Reply