www.samajalive.in
Sunday, December 7, 2025
16.1 C
Bhubaneswar

ଏହି ସ୍ଥାନରେ ମୋବାଇଲ୍‍ ରଖିବା ହୋଇପାରେ ବିପଜ୍ଜନକ

ବର୍ତ୍ତମାନ ଯୁଗରେ ମୋବାଇଲ୍‍ ଫୋନ୍‍ ଆମ ଜୀବନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସମସ୍ତେ ମୋବାଇଲ୍‍କୁ ନିଜ ପାଖରେ ରଖିବାକୁ ଚାହାନ୍ତି। ଏହାସହ ବହୁତ ଲୋକ ବିଶେଷକରି ପୁରୁଷମାନେ ମାବାଇଲ୍‍ ଫୋନ୍‍କୁ ନିଜ ପକେଟ୍‍ରେ ରଖିଥାଆନ୍ତି। ଯଦିଓ ପକେଟ୍‍ରେ ଫୋନ୍‍କୁ ରଖିବା ଦ୍ୱାରା ଫୋନ୍‍ ସୁରକ୍ଷିତ ରହିଥାଏ, ହେଲେ ଆମର ଏହି ଅଭ୍ୟାସ ଶରୀର ପ୍ରତି ବହୁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଯେତେବେଳେ ଆମେ ମୋବାଇଲ୍‍କୁ ଆମ ପକେଟ୍‍ରେ ରଖିଥାଉ ସେତେବେଳେ ଏଥିରୁ ବାହାରୁଥିବା ତେଜଷ୍କ୍ରିୟ ରଶ୍ମୀର ପ୍ରଭାବ ଆମ ଶରୀର ଉପରେ ୭ଗୁଣା ଅଧିକ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ମଧ୍ୟ କୁହନ୍ତି ଯେ, ମୋବାଇଲ୍‍ରୁ ବାହାରୁଥିବା ତେଜଷ୍କ୍ରିୟ ରଶ୍ମୀ ଓ ଟ୍ୟୁମର୍‍ର ଗଭୀର ସମ୍ପର୍କ ରହିଛି। ଏହାଛଡ଼ା ମୋବାଇଲ୍‍ରୁ ବାହାରୁଥିବା ଏହି ତେଜଷ୍କ୍ରିୟ ରଶ୍ମୀ ଦ୍ୱାରା ଡ଼ିଏନ୍‍ଏର ସଂରଚନାରେ ପ୍ରଭାବ ପଡ଼ିଥାଏ। ତତ୍‍ସହିତ ହୃଦୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ, ମୋବାଇଲ୍‍ ଫୋନ୍‍କୁ ପ୍ୟାଣ୍ଟ୍‍ ପକେଟ୍‍ରେ ରଖିବା ଦ୍ୱାରା ହାଡ଼ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ପ୍ୟାଣ୍ଟ୍‍ର ପଛ ପକେଟ୍‍ରେ ଫୋନ୍‍କୁ ରଖିଲେ ମଧ୍ୟ ଏହାଦ୍ୱାରା ଅଣ୍ଟାଯନ୍ତ୍ରଣାର ସମସ୍ୟା ଦେଖା ଦେଇଥାଏ। ସୁସ୍ଥ ରହିବାକୁ ହେଲେ ଫୋନ୍‍ର ବ୍ୟବହାର ଯେତେ ଦୂର ସମ୍ଭବ କମ୍‍ କରିବା ଆବଶ୍ୟକ। ଶୋଇବା ବେଳେ ଫୋନ୍‍କୁ ନିଜ ଠାରୁ କିଛି ଦୂରରେ ରଖନ୍ତୁ। ଶୋଇବା ସମୟରେ ବାରମ୍ବାର ଫୋନ୍‍ ଦେଖିବା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories