www.samajalive.in
Monday, December 8, 2025
24.1 C
Bhubaneswar

ମୋବାଇଲରେ ବାଜୁଛି ବିପର୍ଯ୍ୟୟ ଆଲାର୍ମ

ଭୁବନେଶ୍ୱର : ଆଜି ସାରା ଓଡିଶାରେ ଲୋକଙ୍କ ମୋବାଇଲରେ ବାଜୁଛି ଆଲାର୍ମ। ହଠାତ୍‌‌ ଏକ ପ୍ରକାର ଶବ୍ଦ କରି ମୋବାଇଲ ବାଜି ଉଠୁଛି। ବିପର୍ଯ୍ୟୟ ସମ୍ପର୍କିତ ସୂଚନା ଆସିବା ନେଇ ଏନେଇ ଆଲର୍ଟ ଆସୁଛି। ମୋବାଇଲରେ ଆଲାର୍ମ ନେଇ ଟେଲିକମ୍‌‌ ଡିଡିଜିଙ୍କ ପକ୍ଷରୁ ସୂଚନା ମିଳିଛି। ବିପର୍ଯ୍ୟୟ ସମ୍ପର୍କିତ ସୂଚନା ନେଇ ଆଜି ପରୀକ୍ଷା କରାଯାଉଛି। ସୁନାମୀ,ଭୂମିକମ୍ପ,ବଜ୍ରପାତ ସମ୍ପର୍କରେ ଲୋକଙ୍କୁ ଆଲର୍ଟ କରାଯିବ। ଏହା ପରୀକ୍ଷା କରାଯାଉଛି , ଠିକ୍‌‌ ଭାବେ ମେସେଜ ଆସୁଛି କି ନାହିଁ। ଆଜି ୧୧ଟା ପରଠାରୁ ଲୋକଙ୍କ ମୋବାଇଲକୁ ମେସେଜ ଆସୁଛି। ଉଭୟ ଇଂରା ଜୀ ଓ ଓଡିଆରେ ମେସେଜ ଆସୁଛି। ଲୋକେ ତୁରନ୍ତ ମେସେଜ ଦେଖିବା ପାଇଁ ଆଲାର୍ମ ଶବ୍ଦ ଦିଆଯାଉଛି। ଏଥିରେ କିଛି ଭୟଭୀତ ହେବାର ନାହିଁ। ଏହା କେବଳ ଟେଷ୍ଟିଂ ଚାଲିଛି। ବିପର୍ଯ୍ୟୟ ବେଳେ ସବୁ ନାଗରିକଙ୍କ ପାଖରେ ସତର୍କ ସୂଚନା ପହଞ୍ଚିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଅଲ୍‌‌ ଇଣ୍ଡିଆ ଏମର୍ଜେନସି ଆଲର୍ଟ ସିଷ୍ଟମ ଦ୍ୱାରା ଏହି ମେସେଜ ଦିଆଯାଉଛି। ନଭେମ୍ବର ପହିଲାରୁ ଆଲର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories