ମୋବାଇଲ ବ୍ୟାଟେରୀ ଫାଟି ୨ ଶିଶୁ ଆହତ

ପାଟଣାଗଡ : ମୋବାଇଲ ବ୍ୟାଟେରୀ ଫାଟି ୨ ଶିଶୁ ଆହତ ହୋଇଛନ୍ତି । ପାଢେଲ ଗାଁରେ ଘଟିଛି ଏଭଳି ଘଟଣା । ୨ ଶିଶୁ ମୋବାଇଲରେ ଖେଳୁଥିବାବେଳେ ମୋବାଇଲ ବ୍ୟାଟେରୀ ଫାଟିଯିବାରୁ ଉଭୟ ଗୁରୁତର  ହୋଇଛନ୍ତି । ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ବ୍ୟବହାର ହେବାପରେ ମୋବାଇଲ ତାତିଯିବାରୁ ବ୍ୟାଟେରୀ ଫାଟିଯାଇଥିବା ଅନୁମାନ କରାଯାଉଛି ।

Comments are closed.