www.samajalive.in
Saturday, December 6, 2025
26.1 C
Bhubaneswar

ମୋ ବସ୍‌ ଦୁର୍ଘଟଣା ମାମଲା: କ୍ରୁଟ୍‌କୁ ରିପୋର୍ଟ ତଲବ

ଭୁବନେଶ୍ବର : ରାଜଧାନୀରେ ମୋ ବସ୍‌ ବାରମ୍ବାର ଦୁର୍ଘଟଣା ଘଟାଉଥିବାବେଳେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି। ଗତ ଫେବୃଆରୀ ୪ରେ ନନ୍ଦନକାନନ ରଘୁନାଥପୁରରେ ଆମ ବସ୍‌ ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ୧୨ ବର୍ଷୀୟ ନାବାଳିକା ଛାତ୍ରୀ ସାଇକଲରେ ସ୍କୁଲ ଯାଉଥିବାବେଳେ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଆମ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ଆଇନଜୀବୀ ପ୍ରବୀର ଦାସ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହିଭଳି ଭାବେ ଗତ ୬ମାସ ମଧ୍ୟରେ ମୋ ବସ୍‌ ଚାଳକଙ୍କ ଅବହେଳା ପାଇଁ ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଲାଣି। ସଡ଼କ ଦୁର୍ଘଟଣା ହ୍ରାସ କରିବା ନିମନ୍ତେ ମୋ ବସ୍‌ ଚାଳକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାକୁ ସୁପାରିଶ କରିବାକୁ ଆବେଦନକାରୀ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କ ଅଭିଯୋଗକୁ ଓଏଚ୍‌ଆରସି ଗ୍ରହଣ କରିବା ସହିତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ‘କ୍ରୁଟ୍’କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories