www.samajalive.in
Friday, December 12, 2025
14.1 C
Bhubaneswar

ପିଆଜ ଚିନ୍ତା : ତୁର୍କୀରୁ ଆସିବ ୧୧ ହଜାର ଟନ୍‍

ନୂଆଦିଲ୍ଲୀ : ଦେଶରେ ପିଆଜର ମୂଲ୍ୟ ବୃଦ୍ଧି ପାଇ କେଜି ପ୍ରତି ୭୫ରୁ ୧୨୦ଟଙ୍କାରେ ପହଞ୍ଚିଛି। ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସରକାରଙ୍କ ସମସ୍ତ ପଦକ୍ଷେପ ପ୍ରାୟ ବିଫଳ ହୋଇଥିବା ଅନୁମାନ କରାଯାଉଛି।
ତେବେ ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଏମଏମଟିସି ମାଧ୍ୟମରେ ତୁର୍କୀରୁ ପିଆଜ ଆମଦାନୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ ତୁର୍କୀରୁ ୧୧ ହଜାର ଟନ୍‍ ପିଆଜ ଆମଦାନୀ କରିବା ପାଇଁ ସରକାର ଏମଏମଟିସି ମାଧ୍ୟମରେ ବରାଦ ଦେଇଛନ୍ତି । ଏମଏମଟିସି ମାଧ୍ୟମରେ ଦ୍ୱିତୀୟଥର ପାଇଁ ଏଭଳି ବରାଦ ଦିଆଯାଇଛି। ପୂର୍ବରୁ ଏମଏମଟିସି ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରିବା ପାଇଁ ବରାଦ ଦେଇଥିଲା, ଯାହା ଚଳିତ ମାସର ୨ୟ ସପ୍ତାହରେ ପହଞ୍ଚିବାର ଆଶା କରାଯାଉଛି।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରିମଣ୍ଡଳ ଗତ ମାସରେ ୧.୨ ଲକ୍ଷ ଟନ ପିଆଜ ଆମଦାନୀ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଅନ୍ୟ ପକ୍ଷରେ ପିଆଜ ରପ୍ତାନୀ ଉପରେ କଟକଣା ଲାଗୁ କରାଯାଇଛି। ଖୁଚୁରା ବିକ୍ରେତାଙ୍କ ପାଇଁ ପିଆଜ ଭଣ୍ଡାରଣ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ଇଜିପ୍ଟରୁ ୬୦୯୦ ଟନ ପିଆଜ ଚଳିତ ମାସର ୨ୟ ସପ୍ତାହରେ ମୁମ୍ବଇର ଜବାହରଲାଲ ନେହେରୁ ବନ୍ଦରରେ ପହଞ୍ଚିବ।
ପିଆଜ ଦର ନିୟନ୍ତ୍ରଣ ପାଇଁ ସ୍ୱରାଷ୍ଟ୍ରମ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରାଯାଇଛି। ଏଥିରେ ଅର୍ଥମନ୍ତ୍ରୀ, ଉପଭୋକ୍ତା ବ୍ୟାପାର ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ସଡ଼କ ପରିବହନ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories