www.samajalive.in
Friday, December 5, 2025
20.1 C
Bhubaneswar

ବିଧାୟିକାଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ କରୋନା ସଂକ୍ରମଣର ଭୟାବହତା ଓ ଅକ୍ସିଜେନ ଅଭାବଜନିତ ମୃତ୍ୟୁ ଘଟଣା ଦିନକୁ ଦିନ ମଣିଷକୁ ଅଧିକ ଆତଙ୍କିତ କରିଛି। ମୁଖ୍ୟତଃ ଅତାବିରା ଅଞ୍ଚଳରେ କୌଣସି ଆଇସୋଲେସନ ୱାର୍ଡ କିମ୍ବା ଅକ୍ସିଜେନର ବ୍ୟବସ୍ଥା ନ ଥିବାରୁ ଲୋକେ ଅଧିକ ହତୋତ୍ସାହିତ ହୋଇ ପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଟି ଶଯ୍ୟା ସହ ଆକ୍ସିଜେନ୍ ମଧ୍ୟ ଯୋଗାଇ ଦେଇ ତାର ଶୁଭ ଉଦଘାଟନ କରିଛନ୍ତି। ଦରକାର ପଡ଼ିଲେ ଆହୁରି ଶଯ୍ୟା ଓ ଅକ୍ସିଜେନ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହା ବ୍ୟତୀତ ଏଠାରେ ଫାର୍ମାସିଷ୍ଟ ଅଭାବ ଥିବାରୁ ନିଜ ଖର୍ଚ୍ଚରୁ ଦୁଇ ଜଣ ଫାର୍ମାସିଷ୍ଟ ଯୋଗାଇ ଦେଇଛନ୍ତି। କରୋନା ରୋଗୀମାନଙ୍କୁ ନେବା ଆଣିବା କରିବା ପାଇଁ ସେ ନିଜସ୍ଵ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ବି କରିଛନ୍ତି। ଆବଶ୍ୟକତାକୁ ଦେଖି ଭବିଷ୍ୟତରେ ଆଉ ଗୋଟିଏ ଆମ୍ବୁଲାନ୍ସ ଯୋଗାଇଦେବେ ବୋଲି ସେ କହିଛନ୍ତି। ଅତାବିରା ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ଶବଦାହ ପାଇଁ କାଠ ଯୋଗାଇ ଦିଆଯିବ । କାରୋନା ଆକ୍ରାନ୍ତ ହୋଇ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ଓ ମର ଶରୀରକୁ ତାର ପରିବାରବର୍ଗ ନେଇ ଶବ ଦାହ ନ କରନ୍ତି ତେବେ ବିଜେଡିର କର୍ମୀମାନେ ତାକୁ ଆଣି ସତ୍କାର କରିବେ ବୋଲି ସେ ଘୋଷଣା କରିଛନ୍ତି। ଏଥିପାଇଁ ଗୋଟିଏ ଦେୟ ମୁକ୍ତ ନମ୍ୱର୍ ଦିଆଯାଇଛି। ଦେୟ ମୁକ୍ତ ନମ୍ୱର୍ ୮୨୪୯୬୩୧୯୧୬/୯୭୭୭୬୮୩୨୯୫୧ରେ କଲ୍ କରି ଜଣାଇଲେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ବିଧାୟିକା କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ କରୋନାରେ ରାଜନୀତିର କୌଣସି ସ୍ଥାନ ନାହିଁ। ତେଣୁ କୌଣସି ବ୍ୟକ୍ତିବିଶେଷ ରାଜନୀତିକୁ ପୁରାଇ ଲୋକଙ୍କ ମନରେ ଭ୍ରମ ଧାରଣା ସୃଷ୍ଟି କରିବାର ପ୍ରୟାସ କରନ୍ତୁ ନାହିଁ। ଏହାଦ୍ବାରା ଲୋକଙ୍କ ମନରେ ଅଧିକ ଭୟ ଓ ଆତଙ୍କ ସୃଷ୍ଟି ହେଉଛି। ବରଂ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରି ଆଜିର ଏହି ପ୍ରତିକୂଳ ପରିସ୍ଥିତିକୁ ସାହସର ସହ ମୁକାବିଲା କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଆହ୍ବାନ ଜଣାଇଥିଲେ। ବିଧାୟିକାଙ୍କ ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ଵାଗତ କରିବା ସହ ସାଧୁବାଦ୍ ଜଣାଇଛନ୍ତି।

- Advertisement -

ଏହି ଉଦଘାଟନୀ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ, ଏନ୍ଏସିର ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗର, ଉପାଧ୍ୟକ୍ଷ ଜ୍ୟୋତିର୍ମୟୀ ଦାଶ, ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଉପାଧ୍ୟକ୍ଷ ସୁଦାମ ଜାଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ରବିନାରାୟଣ ମିଶ୍ର, ଜିଲ୍ଲା ବିଜେଡ଼ି ସଂପାଦକ ଜିତେନ୍ଦ୍ର ଦାଶ, ଏନ୍ଏସି ସଭାପତି ମଣ୍ଟୁ ପଣ୍ଡା, ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର, ଉପସଭାପତି ଉମେଶ ଅଗ୍ରୱାଲ, ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ଗୋବିନ୍ଦ ଚାଟାର୍ଜୀ, ଗଣେଶ ପ୍ରଧାନ, ଟଙ୍କ ଦାଶ, ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories