www.samajalive.in
Saturday, December 6, 2025
26.1 C
Bhubaneswar

ବଡ ଅଘଟଣ ; ନିର୍ମାଣାଧୀନ ପୋଲ ଭୁଶୁଡି ୧୭ ଶ୍ରମିକ ମୃତ

ଆଇଜୋଲ : ମିଜୋରାମର ଆଇଜୋଲରେ ବୁଧବାର ଏକ ବଡ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ରେଲୱେ ପୋଲ ଭୁଶୁଡି ୧୭ ଶ୍ରମିକଙ୍କ ଜୀବନ ଚାଲି ଯାଇଛି। ଏହି ଅଘଟଣ ସାଇରଙ୍ଗ ଅଞ୍ଚଳରେ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଘଟଣା ସମୟରେ ଅଞ୍ଚଳରେ ୩୫-୪୦ ଜଣ ଉପସ୍ଥିତ ଥିଲେ। ସଭିଏଁ ପୋଲ ଭୁଶୁଡିବା ପରେ ଏହା ତଳେ ଦବି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ଆଇଜୋଲ ଠାରୁ ୨୧ କିମି ଦୂରରେ ସକାଳ ୧୦ଟାରେ ଘଟିଛି।ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ପାଇ ରେଲୱେ ଅଧିକାରୀ ଉକ୍ତ ସ୍ଥାନକୁ ଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରଖାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories