www.samajalive.in
Saturday, December 6, 2025
14.1 C
Bhubaneswar

ଡାକ୍ତରଖାନାରେ ମିଥୁନ୍‌

ମୁମ୍ବାଇ: ଖ୍ୟାତନାମା ବଲିଉଡ଼ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ଖୁବ୍‌ ଚିନ୍ତିତ, ଏହାର କାରଣ ହେଉଛି ଅଭିନେତାଙ୍କ ଏକ ଫଟୋ। ମିଥୁନ୍‌ ହସ୍ପିଟାଲ ଶଯ୍ୟାରେ ଶୋଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହାକୁ ନେଇ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ମିଥୁନଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରଶଂସକମାନେ ବ୍ୟସ୍ତ ଓ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଭୟ କରିବାର କିଛିନାହିଁ, ମିଥୁନଙ୍କ ଏହି ଭାଇରାଲ ଫଟୋର ସତ୍ୟତା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବେ ମିଳିସାରିଛି।

ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ କହିଛନ୍ତି ଯେ, କିଡ୍‌ନୀ ଷ୍ଟୋନ ସମସ୍ୟା ଯୋଗୁ ମିଥୁନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭାଇରାଲ ଫଟୋ ହସ୍ପିଟାଲରେ ଥିବା ସମୟର, ଯେଉଁଥିରେ ସେ ବେଡ଼୍‌ରେ ଚେତାଶୂନ୍ୟ ଅବସ୍ଥାରେ ଶୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି ଓ ସେ ବେଙ୍ଗାଲୁରୁର ଡାକ୍ତରଖାନାରୁ ଘରକୁ ମଧ୍ୟ ଆସି ସାରିଲେଣି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

- Advertisement -


ମିଥୁନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେ ଚିନ୍ତାମୁକ୍ତ ହୋଇଛନ୍ତି। ସମସ୍ତେ ଅଭିନେତାଙ୍କ ସୁସ୍ଥତା କାମନା କରିଥିଲେ। ବିଜେପିର ରାଷ୍ଟ୍ରୀୟ ସଚିବ ଡ. ଅନୁପମ ହଜ୍ରା ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories