ମିଶନ ଶକ୍ତି ଗୃହର ଶୁଭାରମ୍ଭ

ପାପଡାହାଣ୍ଡି :  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରୁଞ୍ଜି ସାହିରେ ବୁଧବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରି ମିଶନ ଶକ୍ତି ଗୃହର ଭୂମି ପୂଜା କରିଛନ୍ତି। ବିଧାୟକଙ୍କ ସହ ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ସୋମନାଥ ବିଶୋଇ, ସୁଶାନ୍ତ ବେହେରା, ବିନୋଦ ଅଗ୍ରୱାଲ, ପୀତବାସ ଭତରା ପ୍ରମୁଖ ଉପସ୍ଥିତ ଥିଲେ।୫ ଲକ୍ଷ ବ୍ୟୟରେ ନିର୍ମିତ ଏହି ଗୃହରେ ମହିଳା ଏସଏଚଜିମାନେ ବ୍ୟବହାର କରି  ସଶକ୍ତି କରଣ କରିବେ। ସେଠାରୁ ସେ ବ୍ଲକ କାର୍ଯ୍ୟାଳୟ ଯାଇ ବିଡ଼ିଓ ରଂଜିତା ମଲିକ ଓ ବ୍ଲକ ସାମ୍ବାଦିକ ମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।
kalyan agarbati

Comments are closed.